ହାଇଦ୍ରାବାଦ: ଅନଲାଇନ ପଢିବା ଏବଂ ସମୟ କାଟିବା ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ହେତୁ ଆଜିକାଲି ପିଲାମାନଙ୍କ ଆଖି ଉପରେ ପଢୁଥିବା ପ୍ରଭାବ ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆଖିକୁ ଶରୀର ସହିତ ଫିଟ ରଖିବାର ଆବଶ୍ୟକତା ଅଛି । ଯୋଗ ମାଧ୍ୟମରେ ଏହା ସମ୍ଭବ ହୋଇଥାଏ। ଏକ ସରକାରୀ ସ୍ନାତକୋତ୍ତର ମହାବିଦ୍ୟାଳୟର ଡାକ୍ତର ଭାଷ୍କର ଶୁକ୍ଳା କହିଛନ୍ତି ଯେ, ଯୋଗ ଦ୍ବାରା ମୋଟା ଚଷମାରୁ ମୁକ୍ତି ପାଇପାରିବ।
![ଅନଲାଇନ ଶିକ୍ଷା ପାଇଁ ନିହାତି ଜରୁରୀ ଆଖିର ବ୍ୟାୟାମ](https://etvbharatimages.akamaized.net/etvbharat/prod-images/7257272_477_7257272_1589865344850.png)
ଡାକ୍ତର ଶୁକ୍ଲା କହିଛନ୍ତି ଯେ ଦିନକୁ ଥରେ ଆଖି ବ୍ୟାୟାମ କରିବା ଉଚିତ। ବ୍ୟାୟାମ ସହିତ ଆଖିକୁ ଦିନକୁ ତିନିରୁ ଚାରିଥର ଥଣ୍ଡା ପାଣିରେ ଧୋଇବା ଉଚିତ । ଥଣ୍ଡା ପାଣି ଆଖି ପାଇଁ ଅମୃତ ପରି ହୋଇଥାଏ । ଭିଟାମିନ ଏ ଅଭାବ ହେତୁ ଆଖି ମଧ୍ୟ ଦୁର୍ବଳ ହୋଇଯାଏ । ତେଣୁ ଭିଟାମିନ୍ ଏ ରେ ଭରପୂର ଖାଦ୍ୟ ଯେପରିକି କ୍ଷୀର, ଆମ୍ବ, ଅମୃତଭଣ୍ଡା, ଗାଜର, ପାଳଙ୍ଗ ଶାଗ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଖାଇବା ଉଚିତ ।
ଆଖି ବ୍ୟାୟାମ
ଆଖିର ଡୋଳା ଦୁଇଟିକୁ ଧୀରେ ଧୀରେ ଡାହାଣରୁ ବାମକୁ ଏବଂ ବାମରୁ ଡାହାଣକୁ 10 ଥର ଘୁରାନ୍ତୁ । ସେହିଭଳି, ଆଖିକୁ 10 ଥର ଲେଖେଁ ଉପରୁ ତଳକୁ ବୁଲାନ୍ତୁ । 10 ଥର ଉପର, ଡାହାଣ, ବାମକୁ ଏହପରି ଘୂରାନ୍ତୁ । ସେହିଭଳି, ବିପରୀତ ଦିଗରେ 10 ଥର ଘୂର୍ଣ୍ଣନ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ଘଣ୍ଟା ଦିଗରେ 10 ଥର ଏବଂ ଓଲଟା ଦିଗରେ 10 ଥର ଘୂର୍ଣ୍ଣନ କରନ୍ତୁ । ପ୍ରଥମେ ଦୂର ଜିନିଷକୁ ଦେଖନ୍ତୁ ତାପରେ ସମାନ ଧାଡିରେ ପାଖ ଜିନିଷକୁ ଦେଖନ୍ତୁ । ଏହିପରି ଭାବେ 10 ଥର କରନ୍ତୁ । ଶେଷରେ ଦୁଇ ପାପୁଲିକୁ ଏକତ୍ର ଘଷିବା ଦ୍ୱାରା ହାଲୁକା ଗରମ କରନ୍ତୁ ଏବଂ ଆଖିକୁ ଧୀରେ ଧୀରେ ଦବାନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କୁ ଆଉ ଆଖିର ଯନ୍ତ୍ରଣା ଭୋଗିବାକୁ ପଡିବନି ।