ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ଓ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ୱାୟେନାଡ୍ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସମ୍ବିଧାନର ଉଲ୍ଲଙ୍ଘନ କରୁଥିବାବେଳେ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ସେ।
ରାହୁଲ ଗାନ୍ଧୀ ଟ୍ବିଟରେ ଲେଖିଛନ୍ତି, ଦେଶର ଅଖଣ୍ଡତାକୁ ବଜାୟୀ ରଖିବାକୁ ହେଲେ ଜମ୍ମୁ-କାଶ୍ମୀରକୁ ଅଲଗା କରାନଯାଉ । ଆଉ ଏନେଇ କୌଣସି ପ୍ରତିନିଧିଙ୍କୁ ଗିରଫ ମଧ୍ୟ କରାଯାଇପାରିବ ନାହିଁ । ଏ ଦେଶ ଲୋକଙ୍କ ଦ୍ବାରା ଗଠିତ ହୋଇଛି । କୌଣସି ଜମିଜମାରେ ନୁହେଁ । ଏଭଳି ନିଷ୍ପତ୍ତି ଆମ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।
ଏହି ଉଚ୍ଛେଦ ଧାରାକୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯିବା ସହ ଏହା ବିପକ୍ଷରେ ଭୋଟ ମଧ୍ୟ ଦେଇଥିଲେ । ତେବେ ରାଜ୍ୟ ସଭାରେ ଏହି ବିଲ ପାରିତ ହେବା ପରେ ମଙ୍ଗଳବାର ଲୋକସଭାରେ ଏହି ପ୍ରସ୍ତାବ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।