ETV Bharat / bharat

‘ଧନୀଙ୍କୁ ଜାହାଜରେ ବିଦେଶରୁ ଆଣିପାରିବ, ଟ୍ରେନରେ ଗରିବଙ୍କୁ କାହିଁକି ନୁହେଁ’

author img

By

Published : Apr 15, 2020, 10:43 AM IST

ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡକୁ ନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

Akhilesh Yadav on migrant workers
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ

ଲକ୍ଷ୍ନୌ: ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡକୁ ନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବତନ ସିଏମ କହିଛନ୍ତି ଯେ ମୁମ୍ବାଇରେ ହଜାର ହଜାର ଲୋକଙ୍କ ରାସ୍ତାରେ ଫେରି ଆସିବାର ଚାହିଦାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ତୁରନ୍ତ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବା ଉଚିତ ଏବଂ କେନ୍ଦ୍ର ସହ ମିଶି ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଉଚିତ।

ଅଖିଳେଶ ଯାଦବ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୁମ୍ବାଇରେ ହଜାର ହଜାର ଲୋକ ରାସ୍ତାରେ, ଘରକୁ ଫେରିଯିବାକୁ ଅପେକ୍ଷା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ତୁରନ୍ତ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବା ଉଚିତ୍ ଏବଂ କେନ୍ଦ୍ର ସହିତ ମିଳିତ ଭାବେ ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ରାଜ୍ୟରେ ଫସି ରହିଥିବା ରାଜ୍ୟବାସୀଙ୍କୁ ହଟାଇବା ଉଚିତ୍। ଏହାସହ ସେ ଆହୁରି ଲେଖିଛନ୍ତି, ଯେତେବେଳେ ଧନୀମାନଙ୍କୁ ଜାହାଜରେ ବିଦେଶରୁ ଅଣାଯାଇ ପାରିବ ତେବେ ଟ୍ରେନ୍ ଦ୍ବାରା ଗରିବ କାହିଁକି ନୁହେଁ ।

ପ୍ରକାଶଥାଉକି, ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବିନୟ ଦୁବେ ‘ଚାଲ ଘରକୁ ଯିବା’ ଅଭିଯାନ ଚଳାଉଥିଲେ। ଏହି ମାମଲାରେ ପୋଲିସ ଏକ ହଜାର ଲୋକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.