ETV Bharat / bharat

ଚାକିରୀ ଛାଡି 1ଟଙ୍କାରେ ସଙ୍ଗୀତ ଶିଖାଉଛନ୍ତି ଇଞ୍ଜିନିୟର - ସଙ୍ଗୀତ ଶିଖାଉଛନ୍ତି ଇଞ୍ଜିନିୟର

ବଡ ବଡ କମ୍ପାନୀର ଚାକିରୀକୁ ଛାଡି ସଙ୍ଗୀତ ଶିକ୍ଷାଦାନରେ ହାଇଦ୍ରାବାଦର ଇଞ୍ଜିନିୟର ଏସ ଭି ରାଓ । ଏକ ଟଙ୍କା ଦରମା ନେଇ ରାସ୍ତାଘାଟର ପିଲା, ଅନ୍ଧ ବ୍ୟକ୍ତି ଓ ବୃଦ୍ଧବ୍ୟକ୍ତିମାନଙ୍କୁ ବଂଶୀ, ଗୀଟାର ଓ ହାରମୋନିୟମ ଶିଖାଉଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

Engineer teaches music for Rupee 1 in Bengaluru
ଚାକିରି ଛାଡି 1ଟଙ୍କାରେ ସଙ୍ଗୀତ ଶିଖାଉଛନ୍ତି ଇଞ୍ଜିନିୟର
author img

By

Published : Oct 22, 2020, 9:42 PM IST

ବେଙ୍ଗାଲୁରୁ: ଏକ ଟଙ୍କା ଦରମା ନେଇ ସଙ୍ଗୀତ ଶିକ୍ଷାଦାନ କରୁଛନ୍ତି ଇଞ୍ଜିନିୟର ଏସ ଭି ରାଓ । ବଡ ବଡ କର୍ପୋରେଟ୍ କମ୍ପାନୀଗୁଡିକରେ କାମ କରିବା ପରେ ମଧ୍ୟ ନିଜ ଜୀବନକୁ ସଙ୍ଗୀତ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ରାସ୍ତାଘାଟର ପିଲା, ଅନ୍ଧ ବ୍ୟକ୍ତି ଓ ବୃଦ୍ଧବ୍ୟକ୍ତିମାନଙ୍କୁ ବଂଶୀ, ଗୀଟାର ଓ ହାରମୋନିୟମ ଶିଖାଉଥିବା ଜଣାପଡିଛି ।

ହାଇଦ୍ରାବାଦର ଏସ ଭି ରାଓ କର୍ଣ୍ଣାଟକର ଶେଶାଦ୍ରିପୂରମ କଲେଜ ନିକଟରେ ଥିବା କବନ୍‌ ପାର୍କ ସହିତ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟର ପିଲା, ଅନ୍ଧ ବ୍ୟକ୍ତି ଓ ବୃଦ୍ଧବ୍ୟକ୍ତିମାନଙ୍କୁ ବଂଶୀ, ଗୀଟାର ଓ ହାରମୋନିୟମ ଶିଖାଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଛାତ୍ରଛାତ୍ରୀ ରହିଛନ୍ତି । ସେ ଅବଶିଷ୍ଟ ଜୀବନକୁ ସଙ୍ଗୀତ ପାଇଁ ଉତ୍ସର୍ଗୀକୃତ କରିଥିବାର କହିଛନ୍ତି ।

60 ବର୍ଷୀୟ ଇଞ୍ଜିନିୟର ରାଓଙ୍କର ବିଭିନ୍ନ ରାଜ୍ୟରେ ମଧ୍ୟ ଅନେକ ଛାତ୍ର ଅଛନ୍ତି । ଏହି ସେବା ପାଇଁ ତାଙ୍କ ଝିଅ ପ୍ରେରଣା ଦେଇଥିବା ସେ କହିଛନ୍ତି । ସମଗ୍ର ଦେଶ ସଂଗୀତ ଅଭ୍ୟାସ କରିପାରନ୍ତି, ଯାହା ଧ୍ୟାନର ଏକ ସୁନ୍ଦର ରୂପ ହେବ ବୋଲି ସେ ଇଚ୍ଛାପ୍ରକାଶ କରିଛନ୍ତି । ଏହା ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ ପରି ଦେଶ ନିଶ୍ଚିତ ଭାବରେ ଏକ ସଂଗୀତ ଭାରତ ହେବ ବୋଲି ରାଓ କହିଛନ୍ତି । ସେ ସମାଜର ଦୁର୍ବଳ ବର୍ଗର ସେବା କରନ୍ତି ଏବଂ ଯାହା ଉପାର୍ଜନ କରିବେ ଅନ୍ଧ ପିଲାମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବେ ବୋଲି ସେ ପ୍ରତିଜ୍ଞା କରିଥିବା କହିଛନ୍ତି ।

ତେବେ ଏହି ଇଞ୍ଜିନିୟର ନିଜ ଅବଶିଷ୍ଟ ଜୀବନକୁ ସଙ୍ଗୀତ ପାଇଁ ଉତ୍ସର୍ଗ କରିଥିବାରୁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପୁରସ୍କାର ଲାଭ କରିବା ସହିତ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ବିଭିନ୍ନ ସଙ୍ଗଠନ ତାଙ୍କୁ କାମ ଦେବା ଲାଗି ଖୋଜିଥିଲେ ମଧ୍ୟ ସେ ତାଙ୍କ ଅନ୍ଧ ଝିଅ ଏବଂ ପତ୍ନୀଙ୍କ ସହ ଏକ ରାସ୍ତାରେ ରହୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.