ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛନ୍ତି । କେଜ୍ରିୱାଲ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନେଇ ଏହି ନୋଟିସ ଜାରି ହୋଇଛି । ଶନିବାର ସନ୍ଧ୍ୟା 5 ଟା ସୁଦ୍ଧା କେଜ୍ରିୱାଲଙ୍କୁ ଉତ୍ତର ରଖିବାକୁ କୁହାଯାଇଛି ।
କେଜ୍ରିୱାଲ ନିଜ ଟ୍ବିଟର ଆକାଉଣ୍ଟରେ ଛାଡିଥିବା ଏକ ଭିଡିଓରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ନିର୍ବାଚନ କମିଶନରଙ୍କ ପକ୍ଷରୁ କୁହାଯାଉଛି ।