ଶିମଲା: ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନରେ ସାରା ଭାରତୀୟଙ୍କୁ ଏକ କରିବାକୁ ପ୍ରୟାସ ଜାରି ରହିଛି । ଆମେ ଏକ ଆମ ଦେଶ ଏକ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହିମାଚଳ ପ୍ରଦେଶର ଝିଅ । କେରଳର ଲୋକସଙ୍ଗୀତ ଗାଇ ଦେଶ ପ୍ରତି ଏକତା ଦେଖାଇଛନ୍ତି ହିମାଚଳର ପ୍ରଦେଶର ଦିକ୍ଷା ଶର୍ମା ।
ହିମାଚଳ ପ୍ରଦେଶର ସୋଲନ ଜିଲ୍ଲା ନିବାସୀ ହେଲେ ଦିକ୍ଷା ଶର୍ମା । ସେ ସୋଲନର ସରକାରୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନରେ ଦିଶା ଅଶଂ ଗ୍ରହଣ କରି ନିଜର ସୁମଧୁର ସ୍ବରରେ କେରଳର ଲୋକସଂଗୀତ ଗାନ କରିଥିଲେ । ଯାହା ଦେଶ ପ୍ରତି ତାଙ୍କର ଏକତା ଓ ଭଲ ପାଇବାକୁ ପ୍ରମାଣିତ କରିଥିଲା । ଆଗରୁ କେରଳର ଝିଅ ହିମାଚଳ ପ୍ରଦେଶର ଲୋକଗୀତ ଗାଇ ପ୍ରଶଂସା ସାଉଁଟି ଥଲେ । ଏହା ପରେ ଦିଶା କେରଳର ପାରମ୍ପରିକ ଗୀତ ଗାଇ ଦେଶର ଏକତା ଓ ଭଲ ପାଇବାକୁ ଦ୍ବୁଗୁଣିତ କରିଛନ୍ତି । ଦିକ୍ଷା ଗାଇଥିବା ଗୀତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଶାଙ୍କର ଏହି ପ୍ରୟାସକୁ କେରଳ ସମେତ ଅନ୍ୟ ଦେଶରେ ପ୍ରଶଂସା କରାଯାଇଛି । କେରଳ ଓ ହିମାଚଳ ପ୍ରଦେଶର ଭାଷା ଓ ସଂସ୍କୃତି ଅଲଗା ହେଲେ ବି ଦୁଇ ରାଜ୍ୟର ଝିଅମାନଙ୍କ ଦ୍ବାରା ଏ ପରି ପ୍ରୟାସ ସ୍ବାଗତଯୋଗ୍ୟ । ଦିକ୍ଷା ଶର୍ମାଙ୍କର ଏହି ପ୍ରୟାସ ଆଗାମୀ ପିଢିକୁ ପ୍ରେରଣା ଦେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ