ETV Bharat / bharat

ମିଜୋରାମରେ 5.1 ତୀବ୍ରତାର ଭୂମିକମ୍ପ

ଗତ 3 ଦିନ ମଧ୍ୟରେ ମିଜୋରାମରେ ଦ୍ବିତୀୟ ଥର ବଡଧରଣର ଭୂମିକମ୍ପ । ଭୂମିକମ୍ପର ତୀବ୍ରତା 5.1 ରହିଛି ।

ମିଜୋରାମରେ 5.1 ତୀବ୍ରତାର ଭୂମିକମ୍ପ
ମିଜୋରାମରେ 5.1 ତୀବ୍ରତାର ଭୂମିକମ୍ପ
author img

By

Published : Jun 21, 2020, 5:46 PM IST

ଆଇଜଲ: ମିଜୋରାମରେ ପୁଣି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.1 ରହିଛି । ଗତ 3 ଦିନ ମଧ୍ୟରେ ରାଜ୍ୟରେ ଏହା ଦ୍ବାତୀୟ ଭୂମିକମ୍ପ । ତେବେ ପୂର୍ବୋତ୍ତର ଆଇଜଲର 25 କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ସେସମୋଲୋଜୀ ବିଭାଗର ରିପୋର୍ଟରୁ ଜଣାପଡିଛି । ଅନ୍ୟପକ୍ଷେ ଭୂମିକମ୍ପ ପ୍ରଭାବରେ ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

ପୂର୍ବରୁ ଜୁନ 18ରେ ମଧ୍ୟ ମିଜୋରାମରେ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା 5.0 ରେକର୍ଡ କରାଯାଇଥିଲା । ମିଜୋରାମ ସ୍ଥିତ ଦକ୍ଷିଣ-ପୂର୍ବ ଚମ୍ପାଇର 98 କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଭୂତତ୍ବ ବୈଜ୍ଞାନିକମାନେ ଭାରତର ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳକୁ ପୃଥିବୀର ଷଷ୍ଠ ପ୍ରମୁଖ ଭୂମିକମ୍ପ ପ୍ରବଣ ବେଲ୍ଟ ଭାବରେ ବିବେଚନା କରନ୍ତି । ପୂର୍ବରୁ ଭାରତର ପୂର୍ବୋତ୍ତରରେ ଅନେକ ବଡଧରଣର ଭୂମିକମ୍ପ ହୋଇଛି 1997ରେ ସିଲଙ୍ଗରେ ଏକ ବଡ ଧରଣର ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା 8.2 ରେକର୍ଡ କରାଯାଇଥିଲା । ସେହିପରି1950 ମସିହାରେ ଆସାମରେ 8.7 ତୀବ୍ରତାର ହୋଇଥିବା ଭୂମିକମ୍ପର ପ୍ରଭାବରେ ବ୍ରହ୍ମପୁତ୍ର ନଦୀର ଗତିପଥ ପରିବର୍ତ୍ତନ ହୋଇଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.