ETV Bharat / bharat

ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୁଷ୍ୟନ୍ତ ଦେବ

author img

By

Published : Jan 14, 2021, 9:59 PM IST

ସୁପ୍ରିମକୋର୍ଟ ବାର ଆସୋସିଏସନ(ଏସସିବିଏ)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୁଷ୍ୟନ୍ତ ଦେବ
ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୁଷ୍ୟନ୍ତ ଦେବ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ(ଏସସିବିଏ)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ଆଇନଜୀବୀ କହିଛନ୍ତି, ବାର ଆସୋସିଏସନ ନେତା ରୂପେ କାର୍ଯ୍ୟ ଜାରି ରଖିବାର ନିଜ ଅଧିକାରକୁ ତ୍ୟାଗ କରୁଛି ।

ଏସସିବିଏ କାର୍ଯ୍ୟକାରୀ ସମିତିର କାର୍ଯ୍ୟକାଳ ପୂର୍ବରୁ ହିଁ ସମାପ୍ତ ହୋଇସାରିଥିବାକୁ ଦୃଷ୍ଟିରେ ରଖି ଦେବ ନିଜ ଚିଠିରେ ଲେଖିଛନ୍ତି, କିଛି ଆଇନଜୀବୀଙ୍କ ପ୍ରଭାବ ଯୋଗୁଁ ଅନୁସୂଚୀ ଅନୁଯାୟୀ ନିର୍ବାଚନ କରିବା ସମ୍ଭବ ନୁହେଁ । ସେ କହିଛନ୍ତି, ମୁଁ ତାଙ୍କ ସ୍ଥିତିକୁ ବୁଝିପାରୁଛି ଓ ଏଥିରେ ମୋର କୌଣସି ଝଗଡା ନାହିଁ । ହେଲେ ଏପରି ପରିସ୍ଥିତିରେ ଅଧ୍ୟକ୍ଷ ଭାବରେ ଆଗକୁ କାର୍ଯ୍ୟ କରିବା ନୈତିକତା ଦୃଷ୍ଟିରୁ ଭୂଲ ବୋଲି ଦୁଷ୍ୟନ୍ତ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

କୋରୋନା ମହାମାରୀ ସମୟରେ ସମସ୍ତ ସହଯୋଗ ପାଇଁ ଦୁଷ୍ୟନ୍ତ ଦେବ ଏସସିବିଏର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଦେବଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ ଚାନ୍ଦ ଉଦୟ ସିଂ ମଧ୍ୟ ଏସସିବିଏର କାର୍ଯ୍ୟନିର୍ବାହୀ (ବରିଷ୍ଠ) ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତିନୋଟି କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନଗୁଡିକରେ ଦେବ କିଛି କୃଷକ ସଂଗଠନର ପ୍ରତିନିଧିତ୍ବ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.