ETV Bharat / bharat

ଜେଡିୟୁକୁ ଝଟକା: ମୁଖପାତ୍ର ପଦରୁ ଅଜୟଙ୍କ ଇସ୍ତଫା

ବିହାରର କ୍ଷମତାସୀନ ଥିବା ଶାସକ ଜନତା ଦଳ ୟୁନାଇଟେଡର(ଜେଡିୟୁ) ଦଳୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଡ. ଅଜୟ ଆଲୋକ। ସେ ନିଜର ଇସ୍ତଫା ପତ୍ର ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ପାଖକୁ ପଠାଇ ଦେଇଛନ୍ତି।

ଫଟୋ ସୌଜନ୍ୟ: ଟ୍ୱିଟର@@alok_ajay
author img

By

Published : Jun 14, 2019, 11:47 AM IST

ପାଟନା: ବିହାରରେ କ୍ଷମତାସୀନ ଜନତା ଦଳ ୟୁନାଇଟେଡକୁ (ଜେଡିୟୁ) ଲାଗିଛି ଜୋରଦାର ଝଟକା । ଦଳୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଡ.ଅଜୟ ଆଲୋକ । ଗୁରୁବାର ସେ ଏ ସମ୍ପର୍କରେ ଜଣାଇବା ସହ କହିଥିଲେ ଯେ ଏହି ଦାୟିତ୍ବ ନିର୍ବାହ କରିବା ପାଇଁ ଅକ୍ଷମ ।

ଦଳୀୟ କାର୍ଯ୍ୟାଳୟରେ ନିଜ ଇସ୍ତଫା ଦେବା ସମ୍ପର୍କରେ ମତ ରଖି ଅଜୟ କହିଛନ୍ତି, "ଦଳର ମୁଖପାତ୍ର ପଦରୁ ମୁଁ ଇସ୍ତଫା ପ୍ରଦାନ କରୁଛି । କାରଣ ମୁଁ ଭାବୁଛି ଦଳ ପାଇଁ ମୁଁ ଠିକ କରିନାହିଁ । ଦଳ ପକ୍ଷରୁ ମୋତେ ଅନେକ ସମ୍ମାନ ମିଳିଛି । ସେଥିପାଇଁ ଧନ୍ୟବାଦ । ତେବେ ମୋର ଇସ୍ତଫାକୁ ଗ୍ରହଣ କରାଯାଉ । "

ମୁଖପାତ୍ର ବ୍ୟତୀତ ଦଳର ସାଙ୍ଗଠନିକ ଦାୟିତ୍ବରେ ମଧ୍ୟ ଥିଲେ ଅଜୟ ଆଲୋକ । ତାଙ୍କୁ ବିହାର ଜେଡିୟୁ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା । ମୁଖପାତ୍ର ପଦରୁ ଇସ୍ତଫା ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖି ଟ୍ବିଟରରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ମୁଖପାତ୍ର ଭାବେ ମୁଁ ଦେଉଥିବା ମତାମତ ମୋର ବ୍ୟକ୍ତିଗତ । ଦଳ ସହ ଏହାର କୌଣସି ସମ୍ପର୍କ ନାହିଁ ।

resignation letter
ଫଟୋ ସୌଜନ୍ୟ: ଟ୍ୱିଟର@@alok_ajay

ଅନ୍ୟପଟେ ଦଳ ଏବଂ ଦଳୀୟ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଜୟ ଆଲୋକ । ବର୍ତ୍ତମାନ ମୁଁ ତାଙ୍କ ପାଇଁ ଅସୁବିଧାର କାରଣ ହେବାକୁ ଚାହିୁନାହିଁ ବୋଲି ନୀତିଶଙ୍କ ସମ୍ପର୍କରେ କହିଛନ୍ତି ଅଜୟ।

ଗତ 11 ତାରିଖ ମଙ୍ଗଳବାର ଦେଶରେ ବଢି ଚାଲିଥିବା ବେଆଇନ ଅନୁପ୍ରବେଶ ପ୍ରସଙ୍ଗରେ ଟ୍ବିଟରରେ ପ୍ରତିକ୍ରିୟା ରଖିଥିଲେ ଅଜୟ । ଏନେଇ ମତ ରଖି କହିଥିଲେ ଯେ ଅବୈଧ ଅନୁପ୍ରବେଶ ପ୍ରସଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ଠିକ ନୁହେଁ । ଅମିତ ଶାହା ହେଉଛନ୍ତି ଆମର ଗୃହମନ୍ତ୍ରୀ । ଏଥିପାଇଁ ଆମର ବ୍ୟବସ୍ଥାକୁ ବଦଳାଇ ସହ ବେଆଇନ ଅନୁପ୍ରବେଶକୁ ନିୟନ୍ତ୍ରଣ କରିବା ଆହୁରି ଗୁରୁତ୍ବପୂର୍ଣ୍ଣ ।

Intro:ଫନି କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ 5227 କୋଟି 68 ଲକ୍ଷ ଟଙ୍କା ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଚୁଡାନ୍ତ ରିପୋର୍ଟ ପ୍ରଦାନ କରିବା ସହିତ NDRF ପାଣ୍ଠିରୁ ବକି ତାଙ୍କ ସହାୟତା ଦେବାକୁ ଓଡିଶା ଦାବି କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର 1357 କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ସରକାରୀ ସମ୍ପତ୍ତି 6643 କୋଟି ଟଙ୍କା ମୂଲ୍ୟର ନଷ୍ଟ ହୋଇଛି। ରିଲିଫ ଯୋଗାଣ ପାଇଁ 2692 କୋଟି ତାଙ୍କ ଖର୍ଚ୍ଚ ହୋଇଛି। ଯଦିଓ ଏହା ମିଶି 9336 କୋଟି ଟଙ୍କା ହେଉଛି ତେବେ NDRF ନିୟମ ଅନୁସାରେ ରାଜ୍ୟ 5227 କୋଟି ଟଙ୍କା ପାଇବକୁ ହକ। ଚୁଡାନ୍ତ କ୍ଷୟକ୍ଷତି ରିପୋର୍ଟରେ 14 ଜିଲ୍ଲା, 20, 367 ଗାଁ ପ୍ରଭାବିତ ହୋଇଥିଲା। ଏସବୁର କ୍ଷୟକ୍ଷତି ଆକଳନ ହୋଇଛି। 1.6 କୋଟି ଲୋକ ପ୍ରଭାବିତ ହୋଇଥିଲେ। 1.88 ଲକ୍ଷ ହେକ୍ଟର ଫସଲ ଜମି ନଷ୍ଟ ହୋଇଛି। 556761 ଘର ଭାଙ୍ଗିଛି। 64ଜଣଙ୍କର ମୃତ୍ୟୁ ହକିଛି, 12 ଜଣ ଗଭୀର ଭାବେ ଆଘାତ ପାଇଛନ୍ତି। 2650 ବଡ ପଶୁ, 3631 କ୍ଷୁଦ୍ର ପଶୁ ମୃତ୍ୟୁବରଣ କରିଛନ୍ତି। 5326905 କୁକୁଡ଼ା ମାରିଥିବା ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।

Body:ହଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.