ଥିରୁଅନନ୍ତପୁରମ: କଥା କହିପାରୁନଥିବା ନୀରିହ ପଶୁଙ୍କ ପ୍ରତି ମଣିଷର ବର୍ବରତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେରଳରେ ଏକ ଗର୍ଭିଣୀ ହାତୀ ସହ ହୋଇଥିବା ବର୍ବର କାଣ୍ଡ ମନରୁ ଲିଭି ନଥିବା ବେଳେ ସେଠାରୁ ଆଉ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। କେରଳର ତ୍ରିଶୁରରେ ସମ୍ପୂର୍ଣ୍ଣ ରୂପେ ମୁହଁରେ ଟେପ ବନ୍ଧା ହୋଇଥିବା ଅବସ୍ଥାରେ ଏକ କୁକୁର ଉଦ୍ଧାର ହୋଇଛି । ପିପୁଲ୍ ଫର୍ ଆନିମଲ୍ ୱେଲଫେୟାର ସର୍ଭିସେସ୍ର ସଦସ୍ୟମାନେ ତାକୁ ଉଦ୍ଧାର କରିଛନ୍ତି।
ତେବେ କୁକୁରଟି ଏଭଳି ଅବସ୍ଥାରେ ପ୍ରାୟ ୨ ସପ୍ତାହ ବିନା ଖାଦ୍ୟ ପାନୀୟରେ ରହିଥିଲା। ଦୁଇ ସପ୍ତାହ ପରେ ତାକୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କୁକୁରଟିକୁ ତ୍ରିଶୁରର ଓଲୋରରୁ ଉଦ୍ଧାର କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ତାକୁ ପଶୁ ଆଶ୍ରୟ ଗୃହକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ, ନିକଟରେ କେରଳରେ 2ଟି ହାତୀର ମୃତ୍ୟୁ ଘଟିଥିଲା । ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଦେବା ଫଳରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ତ୍ରିଶୁର ଜିଲ୍ଲାର ଉତ୍ତର ନିଲାମ୍ବୁର ବନ ରେଞ୍ଜରେ ଗୁରୁତର ଆଘାତ ହେବାପରେ ମଲ୍ଲାପୁରମରେ ଅନ୍ୟ ଏକ ହାତୀର ମୃତ୍ୟୁ ଘଟିଥିଲା ।
ସୌଜନ୍ୟ@ANI