ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଜଣେ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତର ଜଣକ ହେଉଛନ୍ତି ଦିଲ୍ଲୀର ଦୁର୍ଗା ବିହାରରେ ଏକ ଘରୋଇ କ୍ଲିନିକ ଚଳାଉଥିବା 50 ବର୍ଷିୟ ରାଜେନ୍ଦ୍ର ସିଂ । ଘର ଛାତରେ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ମାମଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଧେହ କରୁଛି ।
ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଚାଲୁଛି । ଏହା ଏକ ଆତ୍ମହତ୍ୟା ଭଳି ସନ୍ଦେହ ହେଉଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଦିଲ୍ଲୀ ପୋଲିସର ଡେପୁଟି କମିଶନର ଅତୁଲ କୁମାର ଠାକୁର।
ମୃତ୍ୟୁ ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ହାତ ଥିବା ଅଭିଯୋଗ ଆଣିଛିନ୍ତି ଡାକ୍ତରଙ୍କର ପରିବାର ସଦସ୍ୟ । ତେବେ ଏ ପ୍ରସଙ୍ଗରେ ପୋଲିସ କିଛି କହିନି।
@IANS