ETV Bharat / bharat

ଆତ୍ମନିର୍ଭର ପ୍ୟାକେଜ ଉଭୟ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଦେବ: ବୈଦେଶିକ ସଚିବ

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ କୋଭିଡ-19 ଦ୍ବାରା ସୃଷ୍ଟି ହୋଇଥିବା ସମସ୍ୟାର ମୂଲ୍ୟାଙ୍କନ ତଥା ମୁକାବିଲା କରିବାରେ ଭାରତ ସକ୍ରିୟ ଅଛି।

ବୈଦେଶିକ ସଚିବ
ବୈଦେଶିକ ସଚିବ
author img

By

Published : Jul 7, 2020, 4:59 PM IST

ନୂଆଦିଲ୍ଲୀ: ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ କୋଭିଡ-19 ଦ୍ବାରା ସୃଷ୍ଟି ହୋଇଥିବା ସମସ୍ୟାର ମୂଲ୍ୟାଙ୍କନ ତଥା ମୁକାବିଲା କରିବାରେ ଭାରତ ସକ୍ରିୟ ଅଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଚାର୍ଟାର୍ଡ ଆକାଉଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI)ରେ ଭର୍ଚୁଆଲ ସମ୍ବୋଧନ କରି ଆତ୍ମନିର୍ଭର ଭାରତର କଥା କହିଛନ୍ତି ।

କୋରୋନାକୁ ନେଇ ସେ କହିଛନ୍ତି ଯେ ଦେଶରେ ସଂକ୍ରମଣ ହାର ଅଧିକ ରହିଥିବାବେଳେ ମୃତ୍ୟୁ ହାର ଓ ପୁନରୁଦ୍ଧାର ହାରରେ ଥିବା ଅନ୍ୟ ଦେଶ ତୁଳନାରେ ଭାରତରେ ଉନ୍ନତ ରହିଛି। ସେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ଆମେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ଦକ୍ଷତା ବୃଦ୍ଧି କରିଛୁ।

ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସମସ୍ୟାର ମୁକାବିଲା କରିବା ତଥା ଦେଶର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଅଭିଯାନ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଦିଆଯାଇଥିବା ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଉଭୟ ଅର୍ଥନୀତିକୁ ପୁନଃଜୀବିତ କରିବ ଓ ଆମର ଅସୁରକ୍ଷିତ ବିଭାଗକୁ ଏକ ସାମାଜିକ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ରଖିଛି । ଶ୍ରୀଙ୍ଗଲା କହିଛନ୍ତି ଯେ ICAI ପରି ଶିଳ୍ପ ସଙ୍ଗଠନଗୁଡିକ ଆମର ଅର୍ଥନୈତିକ, କୂଟନୈତିକ ଓ ପ୍ରସାରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.