ETV Bharat / bharat

ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

author img

By

Published : Oct 27, 2020, 6:46 PM IST

Updated : Oct 27, 2020, 7:08 PM IST

ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଘୋଟାଲା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ...

ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବଡ ଆଶ୍ବସ୍ତି । ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଘୋଟାଲା ମାମଲାରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବିଚାରପତି ସୁରେଶ କୁମାର କୈତ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି କରି ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଦେଇଛନ୍ତି ଆଦେଶ ।

1999 ମସିହାରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟ । ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ତାଙ୍କୁ ଅକ୍ଟୋବର 6 ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଝାଡଖଣ୍ଡ କୋଇଲା ଖଣି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ । ରାୟଙ୍କ ସମେତ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଅଧିକାରୀ ପ୍ରଦୀପ କୁମାର ବେନାର୍ଜୀ, ନିତ୍ୟାନନ୍ଦ ଗୋତମ ଓ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ଦଣ୍ଡାଦେଶ ଶୁଣାଯାଇଥିଲା । ମାମଲାରେ ଶୁଣାଣି କରି 10 ଲକ୍ଷ ଟଙ୍କା ଟଙ୍କା ଜୋରିମାନା ଲଗାଯାଇଥିଲା ।

ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ଅଣ ଜାତୀୟକରଣ ତଥା ପରିତ୍ୟକ୍ତ ଖଣିକୁ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରିଥିବା ଅଭିଯୋଗରେ ଏହି ମାମଲା ହୋଇଥିଲା । କୋର୍ଟ ଏମାନଙ୍କୁ ଆଇପିସିର ଦଫା 120(ଖ), 420, 409 ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ମାମଲାରେ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଧାରା 379 ଓ 34 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ମାମଲାରେ ସମୁଦାୟ 51 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଯାହା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବାର ପ୍ରମାଣ ଦେଇଥିଲା । ତେବେ ମାମଲାରେ ଅକ୍ଟୋବର 14 ତାରିଖରେ ଦଣ୍ଡ ବିଧାନ ହେବାକୁ ଥିବାବେଳେ ଏହାକୁ ଅକ୍ଟୋବର 26 ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2020, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.