ETV Bharat / bharat

କାଶ୍ମୀରରେ କର୍ଫ୍ୟୁ, ରୋଗୀ ହନ୍ତସନ୍ତ

ଜାରି ରହିଛି କର୍ଫ୍ୟୁ । ଅସ୍ତବ୍ୟସ୍ତ ହୋଇପଡ଼ିଛି ରୋଗୀ । ଫଳରେ ସାଧାରଣ ଜୀବନଯାପନ ଉପରେ ପଡ଼ିଛି କିଛି ଟା ପ୍ରଭାବ । ଏହା ସହିତ ଜରୁରୀକାଳୀନ ସେବା ଗୁଡ଼ିକ ମଧ୍ୟ ସାଧାରଣତଃ ପ୍ରଭାବିତ ହୋଇଛି ।

ଡ଼ିଜାଇନ୍ ଫଟୋ
author img

By

Published : Aug 9, 2019, 7:22 PM IST

Updated : Aug 9, 2019, 9:45 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚମ ଦିନ ପାଇଁ କର୍ଫ୍ୟୁ ଜାରି ରହିଛି । ଫଳରେ ସାଧାରଣ ଜନଜୀବନ ଉପରେ କିଛି ମାତ୍ରାରେ ସମସ୍ୟା ଦେଖାଦେଇଛି । ଲୋକମାନଙ୍କୁ ଘରୁ ବାହାରିବା ପାଇଁ ନିର୍ଦ୍ଦେଶ ନଥିବାବେଳେ ରୋଗୀମାନଙ୍କ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ

ଡାକ୍ତରଖାନାରୁ ରୋଗୀ ଭଲ ହୋଇ ବାହାରୁଥିଲେ ମଧ୍ୟ ଘରକୁ ଯିବାରେ ସମସ୍ୟା ଦେଖାଦେଇଛି । ଯିବାଆସିବା କରିବା ପାଇଁ ଗାଡ଼ି ମଧ୍ୟ ମିଳୁନାହିଁ । ଏପରିକି କର୍ଫ୍ୟୁ ଫଳରେ ଆମ୍ବୁଲାନ୍ସ ସେବା ମଧ୍ୟ ସ୍ବାଭାବିକ ହୋଇପାରୁନାହିଁ ।

ତେବେ ଜଣେ ରୋଗୀଙ୍କ ସମ୍ପର୍କୀୟ ଇଟିଭି ଭାରତକୁ କହିଛନ୍ତି, ପ୍ରତିଟି ଗଳିରେ ସେନା ନିୟୋଜିତ ରହିଛନ୍ତି । ବିନା ଯାଞ୍ଚରେ ଗୋଟିଏ ପାଦ ମଧ୍ୟ ଯିବାକୁ ଦେଉନାହାନ୍ତି । ସହରର ଗଳିକନ୍ଦିରେ ସେନା ଯାଞ୍ଚ କରୁଛନ୍ତି । ଆମ୍ବୁଲାନ୍ସ ମଧ୍ୟ ମିଳୁନାହିଁ ଘରକୁ ଯିବାପାଇଁ । ବ୍ୟାପକ ଯାଞ୍ଚ ଓ ତନଖୀ କାରଣରୁ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଯିବାକୁ ରାଜି ହେଉନାହିଁ ବୋଲି ସେ କହିଥିଲେ ।

ବିଗତ 5 ଦିନ ଧରି ଜମ୍ମୁ କାଶ୍ମୀରରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇ ପଡ଼ିଛି । ଏପରିକି ମୋବାଇଲ ଫୋନ, ଲ୍ୟାଣ୍ଡଲାଇନ, ଇଣ୍ଟରନେଟ ସର୍ଭିସକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ସେହିପରି କୁଲଗାମ ଜିଲ୍ଲାର ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ ଆମେମାନେ ଡାକ୍ତରଖାନା ଯିବାପାଇଁ ବ୍ୟାପକ ସମସ୍ୟାର ସମ୍ମୁଖିନ ହେଉଛୁ । ଡାକ୍ତରଖାନା ଯିବା ପାଇଁ ଆମକୁ ଗାଡ଼ି ମିଳୁନଥିବା ବେଳେ ନିଅଣ୍ଟିଆ ଅର୍ଥ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରୁଛି । ଏଟିଏମରେ ନଗଦ ଅର୍ଥ ମଧ୍ୟ ନଥିବା ସେ କହିଥିଲେ ।

ସେହିଭଳି ଅନ୍ୟ ରୋଗୀଙ୍କର ସମ୍ପର୍କୀୟମାନେ ମଧ୍ୟ ଅଭିଯୋଗ କରିଛନ୍ତି । ସେମାନେ ବିପୁଳ ମାତ୍ରାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନା ଟଙ୍କା ଅଛି ନା ଗାଡ଼ି ମିଳୁଛି । ନା ଡାକ୍ତରଖାନା ଯାଇ ପାରୁଛନ୍ତି ନା ଡାକ୍ତରଖାନାରୁ ଘରକୁ ଯାଇପାରୁଛନ୍ତି । ଏଭଳି ଗୁରୁତର ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଜମ୍ମୁବାସୀ ମାନେ ଅଭିଯୋଗ କରିଛନ୍ତି ।

Intro:Body:

prabhu

Conclusion:
Last Updated : Aug 9, 2019, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.