ETV Bharat / bharat

ବ୍ଲାକ ପୋଷ୍ଟ ଉପରେ ଭାରତର କବଜା, ହଟିଲା ଚୀନର କ୍ୟାମେରା ଓ ସେନ୍ସର

author img

By

Published : Sep 1, 2020, 2:50 PM IST

29-30 ଅଗଷ୍ଟ ରାତିରେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ଏହାର ଜବାବରେ ଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟକୁ କାବୁ କରିବା ସହ ଚୀନ୍ ସେନାର କ୍ୟାମେରା ଏବଂ ସିସିଟିଭି ଉପକରଣ ମଧ୍ୟ ହଟାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ବ୍ଲାକ ପୋଷ୍ଟ ଉପରେ ଭାରତର କବଜା
ବ୍ଲାକ ପୋଷ୍ଟ ଉପରେ ଭାରତର କବଜା

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଷଡଯନ୍ତ୍ରକୁ ରୋକିବା ସହ ବ୍ଲାକ ଟପ ପୋଷ୍ଟକୁ କବଜା‌ କରି ନେଇଛନ୍ତି ଭାରତୀୟ ସେନା । 29-30 ଅଗଷ୍ଟ ରାତିରେ ଚୀନ ସେନା ଅନୁପ୍ରବେଶର କଡା ଜବାବରେ ବ୍ଲାକ ଟପକୁ କାବୁ କରିଛନ୍ତି ସେନା । ଏଥିସହ ସେଠାରେ ଚୀନ ସେନା ପକ୍ଷରୁ ଲଗାଯାଇଥିବା କ୍ୟାମେରା ଓ ସର୍ଭିଲାନ୍ସ ଉପକରଣକୁ ହଟାଇ ଦେଇଛନ୍ତି ।

ଚାଇନା ଆର୍ମି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ବ୍ଲାକ୍ ଟପ୍ ପୋଷ୍ଟରେ ଉପରେ ଭାରତୀୟ ସେନା ଉପରେ ନଜର ରଖିବାକୁ କ୍ୟାମେରା ଏବଂ ସିସିଟିଭି ସିଷ୍ଟମ ଲଗାଇଥିଲା। ଏହି ପୋଷ୍ଟକୁ ଭାରତୀୟ ସେନା କାବୁ କରି କ୍ୟାମେରା ଏବଂ ସିସିଟିଭି ଉପକରଣକୁ ହଟାଇ ଦେଇଛନ୍ତି ।

ବ୍ଲାକ ଟପ ପୋଷ୍ଟରେ କ୍ୟାମେରା ଓ ସିସିଟିଭି ଲଗାଯିବା ପରେ ମଧ୍ୟ ଭାରତୀୟ ସେନା ଚୀନ ସେନାକୁ ପଛକୁ ହଟିବା ପାଇଁ ବାଧ୍ୟ କରିଥିଲା । ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ପୋଷ୍ଟକୁ ଦଖଲ କରିଥିଲା । ଏହି ପୋଷ୍ଟଟି ଏଲଏସି ସୀମା ନିକଟରେ ଭାରତୀୟ ପାର୍ଶ୍ବରେ ଅବସ୍ଥିତ ।

ସୂଚନାଯୋଗ୍ୟ, ଚୀନ ଏହାର ସୀମା ନୀରିକ୍ଷଣ ପ୍ରଣାଳୀକୁ ସ୍ବୟଂଚାଳିତ କରିଛି ଏବଂ ଭାରତୀୟ ସୈନ୍ୟମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ କ୍ୟାମେରା ଓ ସେନ୍ସର ଖଞ୍ଜିଛି । ଚୀନ ସେନା ଭାରତୀୟ ସେନାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।

ବ୍ଲାକ ପୋଷ୍ଟ ଉପରେ କବଜା କରିବାକୁ ଯୋଜନା କରୁଥିବା ନେଇ ଗତ ସପ୍ତାହରେ ଭାରତୀୟ ସେନାକୁ ସୂଚନା ମିଳିଥିଲା । ପରେ ତୁରନ୍ତ ଭାରତୀୟ ସେନାର ଏକ ସ୍ବତନ୍ତ୍ର ଅପରେସନ ୟୁନିଟ ଓ ଶିଖ ଲାଇଟ ଇନ୍ଫାଣ୍ଟ୍ରି ଯବାନଙ୍କ ସମେତ ଆଣ୍ଟି ଟ୍ୟାଙ୍କ ଗାଇଡ କ୍ଷେପଣାସ୍ତ୍ରକୁ ଗତ ସପ୍ତାହରେ ପର୍ବତ ଉପରେ ନିୟୋଜିତ କରାଯାଇଥିଲା । ଭାରତର ଏହି ସ୍ବତନ୍ତ୍ର ଟ୍ରୁଫ୍ସ ଚାଇନାର ଯେକୌଣସି କାର୍ଯ୍ୟର ଜବାବ ଦେବାକୁ ପୂର୍ଣ୍ଣରୂପରେ ସକ୍ଷମ ।

ଲଦାଖରେ ଦୁଇ ଦେଶ ମଧ୍ୟରେ ଶେଷ ସଂଘର୍ଷ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଏହି ଶିଖରରେ ଘଟିଥିଲା। ବ୍ଲାକ୍ ଟପ ନାମକ ଏହି ଶିଖରଟି LAC ର ଅର୍ଥାତ୍ ଭାରତୀୟ ସୀମାରେ ଅଛି, କିନ୍ତୁ ଏହାକୁ କୌଣସି ଦେଶ ଦଖଲ କରିନଥିଲେ । ଏହାକୁ କବଜା କରିବାକୁ ଚୀନ ଚେଷ୍ଟା କରୁଥିବାବେଳେ ଭାରତ ଏହାକୁ ବିଫଳ କରିଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.