ETV Bharat / bharat

150 କିମି ଦୂରରେ ନିସର୍ଗ: 6 ଫୁଟ ଉଚ୍ଚରେ ଉଠିବ ଜୁଆର, 80 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର - cyclone

ସାମୁଦ୍ରିକ ଝଡ ନିସର୍ଗ ମୁକାବିଲା ପାଇଁ 20ଟି ଏନଡିଆରଏଫ ଟିମ ନିୟୋଜିତ । ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ମୁମ୍ବାଇରେ ଲ୍ୟାଣ୍ଡ ଫଲ କରିବ । ଅଧିକ ପଢନ୍ତୁ...

150 କିମି ଦୂରରେ ନିସର୍ଗ, 6 ଫୁଟ ଉଚ୍ଚତାର ଉଠିବ ଜୁଆର

author img

By

Published : Jun 3, 2020, 10:40 AM IST

ମୁମ୍ବାଇ: ନିକଟତର ହେବାରେ ଲାଗିଛି ବାତ୍ୟା ନିସର୍ଗ । ସମୟ ଯେତିକି ବଢି ଚାଲିଛି ସେତିକି ବେଗରେ ମାଡି ଆସୁଛି ବାତ୍ୟା । ବର୍ତ୍ତମାନ ମୁମ୍ବାଇ ଠାରୁ ଏହା ଏବେ 150 କିମି ଦୂରରେ ରହିଛି । ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ପ୍ରତି ଘଣ୍ଟାରେ 120 କିମି ରହିବ । 6 ଫୁଟ ଉପରକୁ ଜୁଆର ଉଠିପାରେ । ସେପଟେ ନିସର୍ଗ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି ।

ମହାନଗରୀ ପ୍ରଥମ ଥର ଏପରି ଏକ ବଡ ସାମୁଦ୍ରିକ ଝଡକୁ ସାମ୍ନା କରିବାକୁ ଯାଉଛି । ରାଜ୍ୟ ସରକାର ଏହାର ମୁକାବିଲା ଦିଗରେ ଲାଗିପଡିଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରୁ 80 ହଜାର ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି । ବିଭିନ୍ନ ସ୍ଥାନରେ 20ଟି ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । 8ଟି ଟିମ ମୁମ୍ବାଇ, ରାୟଗଡରେ 5, ପାଲଘରରେ 2, ଥାନେ 2 , ରତ୍ନଗିରି 2, ସିନ୍ଧୁଦର୍ଗରେ ମଧ୍ୟ ଗୋଟିଏ ଟିମକୁ ମୁତୟନ କରାଯାଇଛି ।

150 କିମି ଦୂରରେ ନିସର୍ଗ, 6 ଫୁଟ ଉଚ୍ଚତାର ଉଠିବ ଜୁଆର

ଏହି ସାମୁଦ୍ରିକ ଝଡରୁ ବର୍ତ୍ତିବା ପାଇଁ ମୁମ୍ବାଇରେ 144 ଧାରା ଲାଗୁ ହୋଇଛି । ସମୁଦ୍ର କୂଳ, ପାର୍କ ଆଦି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ସମସ୍ତଙ୍କ ଘରେ ରହିବାକୁ ନିବେଦନ କରାଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ଦାମନ, ଡିଉ ଏବଂ ଦାଦ୍ରା ନାଗର ହାଭେଲିରେ ବାତ୍ୟାର ପ୍ରଭାବ ସର୍ବାଧିକ ରହିବ । ଗୁଜରାଟରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଅହମ୍ମଦାବାଦରେ ପ୍ରବଳ ବର୍ଷା ହେବା ସହ ଗୁଜରାଟର ନୱସାରୀରେ ଉଚ୍ଚ ଜୁଆର ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.