ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ସ୍ତର କମିବାର ନାଁ ନେଉନି । ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି । ନଭେମ୍ବର 14 ଓ 15 ଦିଲ୍ଲୀ-ଏନସିଆରର ସମସ୍ତ ସ୍କୁଲ ବନ୍ଦ ରହିବ ।
ଷ୍ଟୋନ କ୍ରସର ସମେତ କୋଇଲା ଖଣି ମଧ୍ୟ ବନ୍ଦ ରଖାଯାଇଛି । ଇସିପିଏର ଅଧ୍ୟକ୍ଷ ଭୁରେଲାଲଙ୍କ କହିବାନୁସାରେ, ପ୍ରଦୂଷଣ ପାଇଁ ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଦେଖିବାକୁ ମିଳିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ କହିବାନୁସାରେ, ଦିଲ୍ଲୀର ସମସ୍ତ ପ୍ରାଇଭେଟ୍ ଓ ସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।