ETV Bharat / bharat

ଏଣିକି ଲାଇସେନ୍ସ ପ୍ରାପ୍ତ ହତିଆରରେ ଲାଗିବ ଜିପିଏସ - GPS

ସାଧାରଣ ଲୋକଙ୍କୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଦେଖାଇ ଧମକାଉଥିବା ଅପରାଧୀଙ୍କ ଉପରେ ରଖିବ ନଜର ଦିଲ୍ଲୀ ପୋଲିସ । ଏହି ମର୍ମରେ ସମସ୍ତ ହାତ ହତିଆରରେ ଜିପିଏସ ଖଞ୍ଜିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 15, 2019, 2:35 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କ ଉପରେ ଦିଲ୍ଲୀ ପୋଲିସର କଡା ନଜର । ଲାଇସେନ୍ସ ଥିବା ହାତ ହତିଆର ରଖି ଲୋକଙ୍କୁ ଭୟଭୀତ କରୁଥିବା ଉପରେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଣ୍ଟା ଭିଡିଛି ପୋଲିସ । ଏହି ମର୍ମରେ ଲାଇସେନ୍ସଯୁକ୍ତ ହାତ ହତିଆରରେ ଜିପିଏସ ଲଗାଇବା ପ୍ରକିୟା ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ପୋଲିସ ।

ଜାତୀୟ ରାଜଧାନୀରେ ହେଉଥିବା ସଙ୍ଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ପୋଲିସ । କିଛିଦିନ ପୂର୍ବେ ଦିଲ୍ଲୀ ପୋଲିସର ଲାଇସେନ୍ସ ବିଭାଗର କାର୍ଯ୍ୟ ପ୍ରଣାଳୀକୁ ଅନଲାଇନ କରିଦିଆଯାଇଛି । ହତିଆରର ଲାଇସେନ୍ସ ପାଇବା ପାଇଁ ଆବେଦନ କରିବାଠାରୁ ଆରମ୍ଭ କରି ନବୀକରଣ କରିବା, ଅତିରିକ୍ତ ଅସ୍ତ୍ର ରଖିବା , ବିକ୍ରିକରିବା ଏବଂ ଅନ୍ୟ ରାଜ୍ୟର ଅସ୍ତ୍ର ଦିଲ୍ଲୀରେ ସ୍ଥାନାନ୍ତର କରିବା ପାଇଁ ଲୋକେ ଅନଲାଇନ ଆବେଦନ କରିପାରିବେ ।

ବର୍ତ୍ତମାନ ସେଭଳି ଧରଣର ଲାଇସେନ୍ସ ପ୍ରାପ୍ତ ହତିଆରରେ ଲାଗିବ ଜିପିଏସ । ଭାରତର ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ 10.76 ଲକ୍ଷ ଲାଇସେନ୍ସ ହତିଆର ଅଛି । ୟୁପି ପୋଲିସ ଅପେକ୍ଷା ସାଧାରଣ ଲୋକଙ୍କ ପାଖରେ 5 ଗୁଣ ଅଧିକ ଅସ୍ତ୍ର ରହିଛି । ସେପଟେ ସ୍ମଲ ଅର୍ମସ ସର୍ଭେ 2018 ଦ୍ବାରା ଜଣାପଡିଛି ଯେ 2006 ମସିହାରେ ଦୁନିଆରେ 65 କୋଟି ହତିଆର ଥିଲା । ଯାହାକି 2017 ମସିହାରେ ବଢିଯାଇ 85.7 କୋଟିରେ ପହଞ୍ଚିଛି । ହାତ ହତିଆର ବ୍ୟବହାର କରିବା ମାମଲାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

Intro:Body:

BLANK FOR LINK STORY 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.