ETV Bharat / bharat

ଦ୍ବିତୀୟ ଥର ‘ଓଖଲା’ ବିଜୟୀ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲାଙ୍କ ସହ ସାକ୍ଷାତକାର...

ଦିଲ୍ଲୀର 70 ସିଟ ମଧ୍ୟରୁ ଶାହିନବାଗ ଅଞ୍ଚଳ ଆସୁଥିବା ଓଖଲା ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ବିଗତ 50 ଦିନ ହେବ ସିଏଏକୁ ବିରୋଧ କରି ଏଠାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଓଖଲା ଆସନରୁ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ଖାନ, କଂଗ୍ରେସର ପରଭେଜ ହାଶମୀ ଓ ବିଜେପିର ବ୍ରହମ ସିଂହଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଅଧିକ ପଢନ୍ତୁ...

_Okhla MLA Amanatullah Khan EXCLUSIVE
_Okhla MLA Amanatullah Khan EXCLUSIVE
author img

By

Published : Feb 11, 2020, 1:43 PM IST

ନୂଆଦିଲ୍ଲୀ: ବିପୁଳ ଆସନରେ ବିଜୟ ଆଡକୁ ମୁହାଁଉଛି ଆପ୍‌ । ପୁଣି ଥରେ ଦିଲ୍ଲୀ ଦଖଲ କରିବ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟି । ମୋଟ ୭୦ଟି ଆସନରୁ ଆପ୍‌ 17ଟି ବିଜୟ ଓ 43 ସିଟରେ ଆଗୁଆ ରହିଛି ଓ ବିଜେପି ମାତ୍ର 10 ଟି ଆସନରେ ଆଗୁଆ ରହିଛି । ସତ୍ତାଧାନୀ ଆପ୍‌କୁ ବହୁମତ ମିଳିଛି । 70 ସିଟ ମଧ୍ୟରୁ ଶାହିନବାଗ ଅଞ୍ଚଳ ଆସୁଥିବା ଓଖଲା ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ବିଗତ 50 ଦିନ ହେବ ସିଏଏକୁ ବିରୋଧ କରି ଏଠାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

ଦ୍ବିତୀୟ ଥର ‘ଓଖଲା’ ବିଜୟୀ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲାଙ୍କ ସହ ସାକ୍ଷାତକାର

ଓଖଲା ଆସନରୁ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ଖାନ, କଂଗ୍ରେସର ପରଭେଜ ହାଶମୀ ଓ ବିଜେପିର ବ୍ରହମ ସିଂହଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ପୂର୍ବରୁ 2015 ନିର୍ବାଚନରେ ଏହି ସିଟ୍‌ରେ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ଓଖଲା ଦଖଲ କରିଛନ୍ତି ଅମାନତୁଲ୍ଲା ।

ବିଜୟ ପରେ ଇଟିଭି ଭାରତ ସମ୍ବାଦଦାତା ଭେଟିଥିଲେ ଅମାନତୁଲ୍ଲାଙ୍କୁ । ଦ୍ବିତୀୟ ଥର ବିଜୟ ପରେ ସେ ଓଖଲାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସାମ୍ପ୍ରଦାୟିକତାର ରାଜନୀତି କରୁଥିବା ଦଳର ପରାଜୟ ହୋଇଛି ବୋଲି କହିଛନ୍ତି । କାମ ଭରସାରେ ଲୋକେ ଭୋଟ ଦେଇଛନ୍ତି, ଆଗକୁ ବିକାଶ ଧାରା ଜାରି ରହିବ ବୋଲି ସେ କହିଛନ୍ତି । ଘୃଣାର ରାଜନୀତି କରୁଥିବା ଲୋକଙ୍କୁ ଓଖଲାର ହିନ୍ଦୁ ଓ ମୁସଲମାନ ଭୋଟର ଜବାବ ଦେଇଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.