ETV Bharat / bharat

ଗରିବଙ୍କୁ ଖାଦ୍ୟ ଯୋଗାଇବାକୁ ଦିଲ୍ଲୀ ସାଂସଦ ଓ ବିଧାୟକଙ୍କୁ ମିଳିବ 2 ହଜାର ଫୁଡ କୁପନ - ଦିଲ୍ଲୀ ବିଧାୟକଙ୍କୁ ଫୁଡ କୁପନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଘୋଷଣା କରିଛନ୍ତି ଯେ କୌଣସି ଦଲିଲ ବିନା ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ପାଇଁ ସରକାର ଦିଲ୍ଲୀର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ 2,000 ଫୁଡ କୁପନ ପ୍ରଦାନ କରିବେ । ଅଧିକ ପଢନ୍ତୁ...

food coupons
ଗରିବଙ୍କୁ ଖାଦ୍ୟ ଯୋଗାଇବାକୁ ଦିଲ୍ଲୀ ସାଂସଦ ଓ ବିଧାୟକଙ୍କୁ ମିଳିବ 2 ହଜାର ଫୁଡ କୁପନ
author img

By

Published : Apr 21, 2020, 10:43 PM IST

ନୂଆଦିଲ୍ଲୀ: କୌଣସି ଦଲିଲ ବିନା ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ପାଇଁ ଦିଲ୍ଲୀର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ 2,000 ଫୁଡ କୁପନ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।

ଏହା ବ୍ୟତୀତ ପିଡିଏସ କାର୍ଡଧାରୀ ଏବଂ ଆଧାର କାର୍ଡ ସହିତ ଅଣ-ପିଡିଏସ କାର୍ଡଧାରୀଙ୍କୁ ଦିଆଯାଉଥିବା ଖାଦ୍ୟଶସ୍ୟ ସହିତ ଏହା ମଧ୍ୟ ମିଳିବ ବୋଲି କେଜ୍ରିୱାଲ କହିଛନ୍ତି । ଅନେକ ପ୍ରବାସୀ ଭାରତୀୟ ଦିଲ୍ଲୀରେ ରହିଛନ୍ତି । ବର୍ତ୍ତମାନ ଲକଡାଉନ ସେମାନେ ଏଠାରେ ଅଟକି ରହିଛନ୍ତି । ସେମାନଙ୍କୁ ରାସନ ଯୋଗାଇବା ପାଇଁ ଦିଲ୍ଲୀର ପ୍ରତ୍ୟେକ ବିଧାୟକ ଏବଂ ସାଂସଦଙ୍କୁ 2,000 ଫୁଡ କୁପନ୍ ଦିଆଯିବ । ସେମାନେ ଏହାକୁ ଯେ କୌଣସି ଗରିବ ଲୋକଙ୍କୁ ଦେଇପାରିବେ । କୁପନ ଦ୍ବାରା 5 କିଲୋଗ୍ରାମ ରାସନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ସରକାର ପ୍ରାୟ 30 ଲକ୍ଷ ଅଣ ପିଡିଏସ କାର୍ଡଧାରୀଙ୍କୁ ରାସନ ପ୍ରଦାନ କରିବେ । ଇ-କୁପନ ମାଧ୍ୟମରେ ଅତିରିକ୍ତ 30 ଲକ୍ଷ ଲୋକଙ୍କୁ ରାସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.