ETV Bharat / bharat

ଜେଲରେ ଥାଇ ଯୋଜନା: 5 କୋଟି ଟଙ୍କାର ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟାର - Delhi man gets extortion call asking for Rs 5 crore

ରାଜଧାନୀ ଦିଲ୍ଲୀରେ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଅଜ୍ଞାତ ନମ୍ବରରେ କଲ ଆସିଛି ଏବଂ 5 କୋଟି ଟଙ୍କା ନଦେଲେ ହତ୍ୟା କରିବାର ଧମକ ଦିଆଯାଇଛି । ଉକ୍ତ କଲର ଜଣକ ତିହାର ଜେଲରୁ କଲ କରିଥିବା ଦିଲ୍ଲୀ ପୋଲିସ ସନ୍ଦେହ କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5 କୋଟି ଟଙ୍କାର ହତ୍ୟା ଧମକ ଦେଲା ଗ୍ୟାଙ୍ଗଷ୍ଟାର

author img

By

Published : Jul 27, 2020, 9:20 PM IST

ନୂଆଦିଲ୍ଲୀ: ଯେତେ ବଡ଼ ସହର ସେତେ ବଡ଼ ଗୁଣ୍ଡାଗର୍ଦି । ତେବେ ଜେଲରେ ଥାଇ ଜଣେ କୁଖ୍ୟାତ ଅପରାଧୀ ଏପରି କରିବା କେତେ ଦୂର ସମ୍ଭବ । ଏପରି ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ନମ୍ବରରୁ କଲ୍‌ ଆସିଛି ଏବଂ ତାଙ୍କୁ 5 କୋଟି ଟଙ୍କା ଦେବାକୁ ଧମକ ମିଳିଛି । ଏହି ରାଶି ପ୍ରଦାନ ନକଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି । କେବଳ ସେତିକି ନୁହେଁ ଉକ୍ତ ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଟଙ୍କା ନଦେଲେ ହତ୍ୟା କରାଯିବାର ଧମକ ଦିଆଯାଇଥିଲା। ତେବେ ଯାଞ୍ଚରୁ ଜଣାପଡ଼ିଲା ଯେ ଏହି କଲ୍ ଏକ ଆନ୍ତର୍ଜାତୀୟ ନମ୍ବରରୁ ଆସିଛି ।

ଫୋନ କଲରେ ଧମକ ପାଇଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତି ନିଜକୁ ଜିତେନ୍ଦ୍ର ଗୋଗି ବୋଲି କହିଛନ୍ତି । ଯିଏକି ଦିଲ୍ଲୀ-ଏନସିଆରର ଜଣେ ଜଣାଶୁଣା ଗ୍ୟାଙ୍ଗଷ୍ଟର ଏବଂ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ସେ ଅଛି । ଯେତେବେଳେ ଦିଲ୍ଲୀ ପୋଲିସ ତିହାର ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କଲା ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯେ ଗୋଗୀଙ୍କ ସେଲରୁ ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି ।

ଗୋଗି ନିଜେ ଉକ୍ତ ବ୍ୟକ୍ତିଙ୍କୁ କଲ କରିଛନ୍ତି ନା ଅନ୍ୟ କାହାକୁ ତାଙ୍କ ନାମରେ କଲ କରିବାକୁ କହିଛନ୍ତି ତାହା ପୋଲିସ ତଦନ୍ତ କରୁଛି । ସେପଟେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେବା ସହ ଗୋଗି ନାଁ ରେ ଅନ୍ୟ କେହି ଟଙ୍କା ଲୁଟ କରୁଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.