ନୂଆଦିଲ୍ଲୀ: ଓକିଲ-ପୋଲିସଙ୍କ ଲଢେଇ ବଢିବାରେ ଲାଗିଛି । ଗୋଟେ ପଟେ ପୋଲିସ ଆନ୍ଦୋଳନ କରୁଥିବା ବେଳେ ଓକିଲମାନେ ଏହାକୁ ବିରୋଧ କରୁଛନ୍ତି । ମଙ୍ଗଳବାର ପୋଲିସଙ୍କ ବିକ୍ଷୋଭ ପ୍ରଦର୍ଶନକୁ ବିରୋଧ କରିଛନ୍ତି ଓକିଲ । ଏଥିପାଇଁ ଦିଲ୍ଲୀର ବିଭିନ୍ନ କୋର୍ଟରେ ଆନ୍ଦୋଳନ ଦେଖିବାକୁ ମିଳୁଛି ।
ବୁଧବାର ଦିଲ୍ଲୀର ରୋହିଣୀ କୋର୍ଟ ସାମ୍ନାରେ କୋଠା ଉପରୁ ଡେଇଁ ଜଣେ ଓକିଲ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଓକିଲଙ୍କ ନାଁ ଆଶିଷ ହୋଇଥିବାବେଳେ ନିଜ ଆତ୍ମସମ୍ମାନକୁ ବଞ୍ଚାଇବାକୁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି । ସାକେତ କୋର୍ଟ ସମେତ ଦିଲ୍ଲୀର ଅନେକ କୋର୍ଟ ସାମ୍ନାରେ ପୋଲିସଙ୍କୁ ବିରୋଧ କରିଛନ୍ତି ଓକିଲ ।