ETV Bharat / bharat

ଆଇଏନଏକ୍ସ ଦୁର୍ନୀତି ମାମଲାରେ ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନ ଖାରଜ

author img

By

Published : Aug 20, 2019, 5:05 PM IST

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତେବେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ଗିରଫରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିପାଇଁ ସେ କୋର୍ଟକୁ ୩ ଦିନର ସମୟ ମଧ୍ୟ ମାଗିଛନ୍ତି।

ତେବେ ଏହି ମାମଲାରେ ଇଡି ଓ ସିବିଆଇ ଚିଦାମ୍ବରଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ତାଙ୍କର ଏହି ଜାମିନ୍‌ର ଅବଧି ଶେଷ ହେଉଥିବାରୁ ସେ ଏହାର ଅବଧି ବୃଦ୍ଧି ପାଇଁ କୋର୍ଟରେ ପୁଣିଥରେ ଆବେଦନ କରିଥିଲେ । ଯାହାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ତେବେ ଏହା ସହିତ ଚିଦାମ୍ବରଙ୍କୁ ଗିରଫ କରିବା ପାଇଁ ଇଡି ଏବଂ ସିବିଆଇର ରାସ୍ତା ସଫା ହୋଇଯାଇଛି । ତାଙ୍କୁ ସେମାନେ ଯେକୌଣସି ମୂହୁର୍ତ୍ତରେ ଗିରଫ କରି ପାରନ୍ତି । ଚିଦାମ୍ବରମଙ୍କୁ ଏହି ମାମଲାରେ ଏବେ ସୁଦ୍ଧା ପ୍ରାୟ ୨୪ ଥର ଅନ୍ତରୀଣ ଜାମିନ ମିଳି ସାରିଛି।

2007 ରେ ୟୁପିଏ ସରକାର ସମୟରେ ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ଥିଲେ । ଏହି ସମୟରେ ସେ ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ(ଏଫ୍‌ଆଇପିବି)ର ବିନା ଅନୁମତିରେ ଆଇଏନଏକ୍ସ ମିଡିଆକୁ ବିଦେଶୀ ଅର୍ଥ ଗ୍ରହଣର ମଞ୍ଜୁରୀ ଦେଇଥିଲେ । ଚିଦାମ୍ବରଙ୍କ ଏହି ମଞ୍ଜୁରୀ ଆଧାରରେ ଆଇଏନ୍‌ଏକ୍ସ ମିଡିଆ ବିଦେଶରୁ ୩୦୫ କୋଟି ଟଙ୍କା ଗ୍ରହଣ କରିଥିଲା । ଏଥିପାଇଁ ସେ ଉକ୍ତ କମ୍ପାନୀଠାରୁ ଲାଞ୍ଚ ମଧ୍ୟ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.