ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମଦ ବିକ୍ରି ପାଇଁ ଦିଲ୍ଲୀ ସରକାର ଇ-ଟୋକନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ମଦ ଦୋକାନଗୁଡିକରେ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ବାରା ସାମାଜିକ ଦୂରତା ବଜାୟ ରହିବ । ଏଥି ପାଇଁ ଏକ ୱେବ ଲିଙ୍କ୍ ଜାରି କରାଯାଇଛି । କେବଳ 172 ମଦ ଦୋକାନ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ, ରାଜଧାନୀରେ ସମୁଦାୟ 864ଟି ମଦ ଦୋକାନ ରହିଛି । ଲକଡାଉନରେ ମଦ ଦୋକାନ ଖୋଲିବା ପରଠାରୁ ଅସମ୍ଭାଳ ଭିଡ ମଦ ଦୋକାନ ଗୁଡିକରେ ଦେଖିବାକୁ ମିଳୁଛି ।
ମଦ ଦୋକାନୀ ମାନେ ବିକ୍ରୟ ପାଇଁ ଟୋକନ୍ ଗ୍ରହଣ କରିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ମଦ ଦୋକାନ ସମ୍ମୁଖରେ ସାମାଜିକ ଦୂରତାକୁ ଅନୁସରଣ କରିବା ପାଇଁ ଅବକାରୀ ବିଭାଗ ଗ୍ରାହକଙ୍କୁ ଟୋକନ ଏବଂ କୁପନ୍ ବଣ୍ଟନ କରିବ । ଏନେଇ ବୁଧବାର ଅବକାରୀ ବିଭାଗର ଡେପୁଟି କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସୌଜନ୍ୟ @ ANI