ETV Bharat / bharat

5 ଲକ୍ଷ ଟଙ୍କାର ମାସ୍କ ଓ ପିପିଇ କିଟ୍ ଜବତ, ଚୀନକୁ ଚାଲାଣ ହେଉଥିବା ସନ୍ଦେହ

ଦେଶରେ ଏହି ସମୟରେ କୋରୋନା ଭାଇରସର ଆତଙ୍କ ଥିବା ବେଳେ ମେଡିକାଲ୍ ସାମଗ୍ରୀର ଆବଶ୍ୟକତା ଅଧିକ ରହିଛି । କିନ୍ତୁ ଏ ମଧ୍ୟରେ ବି ଅନେକ ନିଜ ଫାଇଦା ପାଇଁ ଚୋରାବଜାରୀ କରିବାକୁ ପଛଉନାହାଁନ୍ତି ।

delhi customs
5 ଲକ୍ଷ ଟଙ୍କାର ମାସ୍କ ଓ ପିପିଇ କିଟ୍ ଜବତ
author img

By

Published : May 14, 2020, 1:01 PM IST

ନୂଆଦିଲ୍ଲୀ: ଦେଶରେ ଏହି ସମୟରେ କୋରୋନା ଭାଇରସର ଆତଙ୍କ ଥିବା ବେଳେ ମେଡିକାଲ୍ ସାମଗ୍ରୀର ଆବଶ୍ୟକତା ଅଧିକ ରହିଛି । କିନ୍ତୁ ଏ ମଧ୍ୟରେ ବି ଅନେକ ନିଜ ଫାଇଦା ପାଇଁ ଚୋରାବଜାରୀ କରିବାକୁ ପଛାଉନାହାଁନ୍ତି । ରାଜଧାନୀ ଦିଲ୍ଲୀର କଷ୍ଟମ୍ ବିଭାଗର ଏକ ଦଳ ମାସ୍କ, ସାନିଟାଇଜର ଓ ପିପିଇ କିଟ ଜବତ କରିଛନ୍ତି । ଏହିସବୁ ବିଦେଶକୁ ଚୋରାଚାଲାଣ କରାଯାଉଥିଲା ।

ଦିଲ୍ଲୀ କଷ୍ଟମର ଏୟାର କାର୍ଗୋ ଏ ବିଷୟରେ ଖବର ପାଇଥିଲେ । ଏହା ପରେ ଟ୍ରାକ କରାଯାଇଥିଲା । ଏହାପରେ ପ୍ରାୟ 5.08 ଲକ୍ଷ ମାସ୍କ, 57 ଲିଟର ସାନିଟାଇଜର ତଥା 950 ବୋତଲ ଓ 950 ପିପିଇ କିଟ୍ ଜବତ କରାଯାଇଛି । ନୂଆଦିଲ୍ଲୀର କ୍ୟୁରି ଟର୍ମିନାଲରେ କଷ୍ଟମ ଏହି ସମସ୍ତ ସାମଗ୍ରୀ ଜବତ କରିଛି। କୁହାଯାଉଛି ଯେ ଏହି ସବୁ ସାମଗ୍ରୀ ଚୀନକୁ ପଠାଯାଉଥିଲା ।

ଦେଶରେ କୋରୋନା ଭାଇରସ କାରଣରୁ ଭାରତ ସରକାର ମେଡିକାଲ୍ ସାମଗ୍ରୀର ପରିବହନ ବନ୍ଦ ରଖିଛନ୍ତି । ମାର୍ଚ 19ରୁ ଏହି ରପ୍ତାନୀକୁ ବନ୍ଦ କରାଯାଇଛି । ଏଥିରେ ସାନିଟାଇଜର, ମାସ୍କ ମଧ୍ୟ ସାମିଲ ଅଛି । ତେଣୁ ଭାରତ ନିଜେ ବର୍ତ୍ତମାନ ଏନ-95 ମାସ୍କ ଓ ପିପିଇ କିଟ୍ ନିର୍ମାଣ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.