ETV Bharat / bharat

ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁବାସ ଚୋପ୍ରାଙ୍କ ସହ ଅମିତ ଅଗ୍ନିହୋତ୍ରୀଙ୍କ ସାକ୍ଷାତକାର

author img

By

Published : Jan 28, 2020, 4:50 PM IST

ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁବାସ ଚୋପ୍ରାଙ୍କ ସହ ଅମିତ ଅଗ୍ନିହୋତ୍ରୀଙ୍କ ସାକ୍ଷାତକାର। ଏହି ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସେଥିମଧ୍ୟରେ ଆଗାମୀ ଦିନରେ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ, ସିଏଏ ଓ ଆମ ଆଦର୍ମି ପାର୍ଟିର ନିର୍ବାଚନୀ ରଣନୀତି ଉପରେ ଆଲୋକପାତ କରାଯାଇଥିଲା। ଅଧିକ ଖବର ପଢନ୍ତୁ...

subhash chorpas interview
ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁବାସ ଚୋପ୍ରାଙ୍କ ସହ ଅମିତ ଅଗ୍ନିହୋତ୍ରୀଙ୍କ ସାକ୍ଷାତକାର

ପ୍ରଶ୍ନ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି ଏଥିରେ କଂଗ୍ରେସର ଭବିଷ୍ୟତ କ’ଣ ହେବ?

ଏହି ନିର୍ବାଚନ କଂଗ୍ରେସ ଲାଗି ବିଶେଷ ଗୁରୁତ୍ଵପୂଣ୍ଣ କାରଣ ୨୦୧୫ ନିର୍ବାଚନରେ ଦଳ ୭୦ ଆସନ ବିଶିଷ୍ଟ ବିଧାନସଭାରେ ମାତ୍ର ଗୋଟିଏ ବି ଆସନ ଲାଭ କରିପାରି ନଥିଲା। ଠିକ୍‌ ଅଛି। ଏହି ନିର୍ବାଚନ ପୁଣିଥରେ କଂଗ୍ରେସ ଦଳକୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବ। ଏହା ଆଉ କିଛିଦିନ ପରେ ପ୍ରମାଣିତ ହୋଇଯିବ।

ପ୍ରଶ୍ନ: ଆପଣ ଏଯେଉଁ ଦୃଢ଼ ଦାବି ଉପସ୍ଥାପନ କରୁଛନ୍ତି, ତାହାର ପୃଷ୍ଠଭୂମି କ’ଣ?

ଆପଣଙ୍କୁ ମୁଁ ୨୦୧୩ ବିଧାନସଭା ନିର୍ବାଚନ କଥା ମନେ ପକାଇ ଦେଉଛି। ସେତେବେଳେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦେଶ ସାରା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ତଥା ଜନ ଲୋକପାଳ ପ୍ରବର୍ତ୍ତନ ବ୍ୟବସ୍ଥା ଗୁରୁତ୍ଵପୂଣ୍ଣ ହୋଇଥିଲା, ମୁଖ୍ୟ ଚଜର୍ଚାର ବିଷୟ ଥିଲା। ଏ ଭିତରେ ୬ ବର୍ଷରୁ ଅଧିକ ସମୟ ବିତିଲାଣି। ସେହି ଆନ୍ଦୋଳନରେ ସାମିଲ୍‌ ଥିବା ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଦିଲ୍ଲୀ ଜନତା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି। ହେଲେ ଫଳ ହୋଇଛି କ’ଣ? ଜନ ଲୋକପାଳ କୁଆଡ଼େ ଗଲା?ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏ ସମ୍ବନ୍ଧରେ କିଛି ବି କରି ନାହାନ୍ତି। କେବଳ ଅନ୍ୟ ଉପରେ ଦୋଷାରୋପ କରି ସମୟ ବିତାଇଛନ୍ତି। କେତେବଳେ କହୁଛନ୍ତି କେନ୍ଦ୍ର ସରକାର ତାଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେଉ ନାହାନ୍ତି ତ ଆଉ କେତେବଳେ ଉପରାଜ୍ୟପାଳ ତାଙ୍କୁ ବିରୋଧ କରୁଛନ୍ତି!

ପ୍ରଶ୍ନ: ଏହି ନିର୍ବାଚନରେ ଆପଣଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦବୀ କିଏ? କେନ୍ଦ୍ରରେ ଶାସନ କରୁଥିବା ବିଜେପି ନା ରାଜ୍ୟରେ ଶାସନ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି?

ଆମେ ଜାଣୁ ଯେ ଉଭୟଙ୍କ ଭିତରେ ସଲାକୁସ୍ତି ରହିଛି। ଅର୍ଥାତ୍‌ ବାହାରକୁ ପରସ୍ପର ବିରୋଧୀ ବୋଲି କହୁଥିଲେ ମଧ୍ୟ ଭିତରେ ସେମାନେ ଗୋଟିଏ ଚିନ୍ତାଧାରାରରେ ଅଭିପ୍ରେତ। ବିଳମ୍ବରେ ହେଲେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ବିଜେପିର ଭାଇ ଭଳି କାର୍ଯ୍ୟ କରୁଛି।

ପ୍ରଶ୍ନ: ଏଭଳି ଏକ ଅଭିଯୋଗକୁ ଆପଣ କିପରି ପ୍ରମାଣିତ କରିବେ, ଏହା ପଛରେ କାରଣ କ’ଣ?

ଏ ବାବଦରେ ମୁଁ ହରିୟାଣା ପ୍ରସଙ୍ଗକୁ ଉଦାହରଣ ପାଇଁ ଉଲ୍ଲେଖ କରିବି। ଗତବର୍ଷ ସେଠାରେ ଯେଉଁ ବିଜେପି-ଜନନାୟକ ଜନତା ପାର୍ଟିର ମେଣ୍ଟ ସରକାର ଗଠନ ହେଲା ତା’ରି ପଛରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି। ମୁଁ କାହିଁକି ଏ କଥା କହୁଛି ତାହାର କାରଣ ହେଲା, ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌତାଲା ପୂର୍ବରୁ ଅରବିନ୍ଦଙ୍କର ଜଣେ ସହଯୋଗୀ ଥିଲେ। ପୁଣି ଯେତେବଳେ ସରକାର ଗଠନ ଏବଂ ମେଣ୍ଟ କଥା ଆସିଲା, ସେତେବଳେ ଦଲ୍ଲୀ ସରକାର ରାତା ରାତି ଦୁଷ୍ମନ୍ତଙ୍କ ବାପା ଅଜୟ ଚୌତାଲାଙ୍କୁ ମୁକ୍ତି କରିଲେ। କେଉଁ ଆଇନ ବଳରେ ତାଙ୍କୁ କିପରି ମୁକ୍ତ କରାଗଲା ତାହା ଏଯାଏ ଅସ୍ପଷ୍ଟ ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ଦ୍ଵାରା ତାଙ୍କର ଫାଇଲ୍‌ କାମ ହୋଇଥିଲେ ମଧ୍ୟ ରାଜ୍ୟ ଗୃହମନ୍ତ୍ରୀ ସେ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ମନ୍ତବ୍ୟ ଦେଉଛନ୍ତି। ଏପରି ମନ୍ତବ୍ୟ ପ୍ରକୃତରେ ତାଙ୍କୁ କ୍ଷମତାରେ ରହିବାର କୌଣସି ନୈତିକ ଅଧିକାର ଦେଉ ନାହିଁ।

ପ୍ରଶ୍ନ: ଯୁଆଡ଼େ ଯିବେ ଏବେ କଂଗ୍ରେସ ଦଳ ଗୋଟିଏ ଗୀତ ଗାଉଛି ତାହା ହେଲା ଦିଲ୍ଲୀରେ ଶିଲା ଦିକ୍ଷିତଙ୍କ ଶାସନ। ଲଗାତାର ସେ ତିନିଥର ଶାସନରେ ଥିଲେ ଏବଂ ତାଙ୍କରି ନେତତ୍ଵରେ ଦିଲ୍ଲୀର ଅନେକ ବିକାଶ କଥା ଉଠାଉଛନ୍ତି। ଆପଣ ଏଠାରେ କହିପାରିବେ କି ଦିଲ୍ଲୀର ଜନତା ଏବେ କାହିଁକି କଂଗ୍ରେସକୁ ଭୋଟ୍‌ ଦବେ?

ଦେଖନ୍ତୁ ସାରା ଦେଶରେ ଏବେ ଛାତ୍ର ଆନ୍ଦୋଳନ ଦେଖା ଦେଇଛି। ସେମାନେ ନାଗରିକତ୍ଵ ସଂଶୋଧନ ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଲାଠିର ଶିକାର ହେଉଛନ୍ତି। ଜେଏନ୍‌ୟୁ କହନ୍ତୁ କି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ଵବିଦ୍ୟାଳୟ, ସବୁଠାରେ ଏହି ପ୍ରକାର ଅବ୍ୟବସ୍ଥା ଆମେ ଦେଖିବାକୁ ପାଉଛୁ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ଵ କ’ଣ? ପିଲାଙ୍କୁ ସୁରକ୍ଷା ଯୋଗାଇବା, କ୍ୟାମ୍ପସକୁ ସୁରକ୍ଷିତ ରଖିବା ଜଣେ ମୁଖ୍ୟମନ୍ତ୍ରୀର କର୍ତ୍ତବ୍ୟ। ହେଲେ କେଜ୍ରିୱାଲ୍‌ କଲେ କ’ଣ? ଛାତ୍ରଛାତ୍ରୀଙ୍କ ସ୍ଵାର୍ଥକୁ ସେ ଅଣଦେଖା କରିଛନ୍ତି। ସମ୍ପୂଣ୍ଣ ଛାତ୍ର ସମାଜ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ। ଠିକ୍‌ ସେହିପରି ଦିନକୁ ଦିନ ରାଜ୍ୟରେ ପ୍ରଦୂଷଣ ବଢ଼ି ଚାଲିଛି। ଗତ ବର୍ଷ ଶ୍ଵାସ ରୁଦ୍ଧ ହେତୁ ୫୮ ଜଣଙ୍କ ପ୍ରାଣହାନୀ ହୋଇଥିଲା। ଏହାର କାରଣ ଥିଲା ପ୍ରଦୂଷଣ। ଏବେ ପିଆଜ ଦର ବୃଦ୍ଧି। ଲୋକଙ୍କ ଆଖିରୁ ଲୁହ ଗଡ଼ାଉଛି। ସରକାର ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଏଣୁ ଏ ସରକାରଙ୍କ ଗାଦିରେ ରହିବାର କୌଣସି ହକ୍‌ ନାହିଁ । ଆମେ ସେଥିପାଇଁ ଲଢ଼ୁଛୁ। ଆମ ଦୃଷ୍ଟିକୋଣକୁ ଆମେ ଲୋକଙ୍କ ସାମ୍ନାରେ ରଖୁଛୁ। ଖାଲିଯେ ଆମେ ଅଭିଯୋଗ ପ୍ରସ୍ତୁତ କରୁଛୁ ତାହା ନୁହେଁ, ଆମେ ତାହାର ଯଥାର୍ଥ ପ୍ରତିପାଦନ ବି କରୁଛୁ।

ପ୍ରଶ୍ନ: କିନ୍ତୁ ଆମ୍‌ ଆଦ୍‌ମି ପାର୍ଟି କହୁଛି ସେମାନେ ଲୋକଙ୍କୁ ଶସ୍ତାରେ ବିଜୁଳି ଯୋଗାଇଛନ୍ତି। ଆପଣଙ୍କ ମତ କ’ଣ ରହିବ?

ଶସ୍ତାରେ ବିଜୁଳି ଏକ ମିଥ୍ୟା ପ୍ରଚାର। ମୁଖ୍ୟମନ୍ତ୍ରୀ କହିଥିଲେ ୨୦୦ ୟୁନିଟ୍‌ ବିଜୁଳି ମାଗଣା କରିବାକୁ ଆମେ ସେତେବଳେ ୬୦୦ ୟୁନିଟ୍‌ ବିଜୁଳି ମାଗଣା କରିବୁ ବୋଲି ପ୍ରତିଶୃତି ଦେଇଥିଲୁ। ମୁଖ୍ୟମନ୍ତ୍ରୀ କହିଥିଲେ ଲୋକଙ୍କ ଲାଗି ରିହାତି ଅର୍ଥ ପରିବହନ କମ୍ପାନୀଙ୍କ ମାଧ୍ୟମରେ ପ୍ରଦାନ କରିବେ କିନ୍ତୁ କାହିଁକି? ସରକାରଙ୍କୁ କାହିଁକି ଘରୋଇ କମ୍ପାନୀ ହାତକୁ ଟେକିବାର ଏହି ପ୍ରୟାସ ହେଉଛି? ଆମେ କହିଛୁ ଲୋକଙ୍କ ମାଧ୍ୟମରେ ସବ୍‌ସିଡି ଅର୍ଥ ପରିଚାଳିତ ହେବ। ଆମେ ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଉନା। ଆମେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରୁ। ବିଗତ ବର୍ଷଗୁଡ଼ିକରେ ଯେତେବଳେ ଦିଲ୍ଲୀ କଂଗ୍ରେସ ଶାସନରେ ଥିଲା ତାହା ପ୍ରମାଣିତ ହୋଇଛି। ଆଜି ଦିଲ୍ଲୀ ବିଶ୍ଵର ଅନ୍ୟ ରାଜଧାନୀ ସହର ଗୁଡ଼ିକ ଭିତରେ ଆଗୁଆ ରହିଛି। ଏମିତି ଏକ ସମୟ ଦିଲ୍ଲୀରେ ଥିଲା ଲୋକଙ୍କୁ ବିଜୁଳି ଓ ପାଣି ମିଳୁନଥିଲା। ଯିଏ ଘରୁ ବାହୁଥିଲା ମନସୁଖାଇ ବାହାରୁଥିଲା। ଆଜି ସେ ସମସ୍ୟା ନାହିଁ। କିଏ ଏ ସଂସ୍କାର ମୁଳଦୂଆ ପକାଇଥିଲା?

ଆମେ ଦିଲ୍ଲୀରେ ମେଟେଆ ଚଳାଚଳ ଆରମ୍ଭ କରିଥିଲୁ, କଂଗ୍ରେସ ସମୟରେ ଦିଲ୍ଲୀରେ ସିଏନ୍‌ଜି ପ୍ରଚଳନ ହେଲା, କିଏ ଏଠାରେ ଏତେ ହସ୍‌ପିଟାଲ୍‌ ନିର୍ମାଣ କରିଛି, କିଏ ରାଜ୍ୟରେ ୫ଟି ବିଶ୍ଵବିଦ୍ୟାଳୟ ସ୍ଥାପନ କରିଛି, ଏ ସବୁ ପ୍ରଶ୍ନର ଉତ୍ତରରେ କଂଗ୍ରେସର ନାଁ ଲିପିବଦ୍ଧ। ଏଣୁ ଯଦି ଲୋକେ ଚାହିଁବେ, ଅମକୁ ଆଶୀର୍ବାଦ କରିବେ ତବେ ପୁଣିଥରେ କଂଗ୍ରେସ ଦିଲ୍ଲୀରେ ଶାସନ କରିବ।

ପ୍ରଶ୍ନ: ନୂଆ ନାଗରିକତ୍ଵ ଆଇନ ବିରୋଧରେ ଦେଶ ବ୍ୟାପୀ କଂଗ୍ରେସ ପ୍ରତିବାଦ ଓ ଆନ୍ଦୋଳନ ଜାରି ରଖିଛି। ଆପଣ କହୁଛନ୍ତି କେଜ୍ରିୱାଲ୍‌ ଏହି ପ୍ରସଙ୍ଗରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରୁଛନ୍ତି। ଏହା ଦିଲ୍ଲୀ ନିର୍ବାଚନରେ କୌଣସି ପ୍ରଭାବ ପକାଇବ?

ସିଏଏ ଏକ ଜାତୀୟ ପ୍ରସଙ୍ଗ। ଏଣୁ ଏହା ନିଃସନ୍ଦେହ ଯେ, ଦିଲ୍ଲୀ ନିର୍ବାଚନରେ ଏହା ଏକ ଗୁରୁତ୍ଵପୂଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି। ସିଏଏ କୌଣସି ଏକ ନିର୍ଦିଷ୍ଟ ସମ୍ପ୍ରଦାୟକୁ ଆଖିରେ ରଖି ନାହିଁ। ସବୁ ନାଗରିକଙ୍କ ଅଧିକାର ରହିଛି ଏହା ବିରୋଧରେ ଆନ୍ଦୋଳନ ଓ ପ୍ରତିବାଦ ପ୍ରଦର୍ଶନ କରିବା। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଶାସନ ସେମାନଙ୍କୁ ପିଟିବେ, ଆକ୍ରମଣ କରିବେ। ନିକଟରେ ଛାତ୍ରମାନଙ୍କ ଉପରେ ଯେଉଁ ଆନ୍ଦୋଳନ ଚାଲିଥିଲା ସେବେଳେ କେବଳ କଂଗ୍ରେସ ସେମାନଙ୍କୁ ସାହାଯ୍ୟ କରିଥିଲା। ତାଙ୍କ ସହ ରାତି ରାତି ରାସ୍ତା ଉପରେ କାଟିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏ ବାବଦରେ କୌଣସି ଦୟା ନାହିଁ। ଏବେ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡ଼ିଆ ସିଏଏ ବିରୋଧରେ ମତ ରଖିଛନ୍ତି। ହେଲେ ଯେଉ: ସମୟରେ ଛାତ୍ରଙ୍କ ଆବଶ୍ୟକ ଥିଲା ସେତେବଳେ ଚୁପ୍‌ ରହିଲେ। ଏହି ପରିସ୍ଥିତିରେ ଛାତ୍ରମାନେ କେଜ୍ରିୱାଲ୍‌ଙ୍କଚ ଉଚିତ ପାଠ ପଢ଼ାଇବେ।

ପ୍ରଶ୍ନ: କେନ୍ଦ୍ର କାହିଁକି ସିଏଏ ଆଣିଲା, ଆପଣଙ୍କ ବିଚାର କ’ଣ?

ବିଜେପି ଶାସିତ କେନ୍ଦ୍ର ସରକାର ସିଏଏ ଆଣିବାର ମୁଖ୍ୟ କାରଣ ହେଉଛି ଲୋକଙ୍କ ମତକୁ ବିଭ୍ରାନ୍ତ କରିବା। ବେରୋଜଗାରୀ ବଢ଼ିବା ଏବଂ ଅର୍ଥନୀତିକ ଦୁରାବସ୍ଥା ବିରୋଧରେ ଲୋକଙ୍କ ପ୍ରତିକ୍ରିୟା ଯେଉଁପରି ଭାବେ ବଢ଼ି ଚାଲିଛି ତାହାକୁ ଏଡ଼ାଇବା ଲାଗି କେନ୍ଦ୍ରର ଏହା ଏକ ପ୍ରୟାସ। ଆମେ ଉଭୟ ସଂସଦ ଭିତରେ ଏବଂ ବାହାରେ ସିଏଏକୁ ବିରୋଧ କରି ଆସିଛୁ। କିନ୍ତୁ ଆମର ବିରୋଧ ପ୍ରଦର୍ଶନ ଶାନ୍ତି ପୂଣ୍ଣ ରହି ଆସିଛି। ଆମେ ବିରୋଧ ପ୍ରଦର୍ଶନରେ ହିଂସାକୁ ପ୍ରଶ୍ରୟ ଦେଉ ନାହିଁ। କାରଣ ଆମେ ଜାଣିଛୁ ଯେଉ: ବିରୋଧରେ ହିଂସା ମଶ୍ରିତ ହୁଏ ସେଠାରେ ସଫଳତା ମିଳେ ନାହିଁ। ଆମେ ଗର୍ବିତ ଯେ, ନିଜ ପିଲାଙ୍କ ଉପରେ ପୁଲିସ ଯେଉଁଭଳି ଅତ୍ୟାଚାର କଲା ତାହାକୁ ବିରୋଧ କରି ମହିଳାମାନେ ଶାହୀନ ବାଗ୍‌ରେ ଆନ୍ଦୋଳନ ଆରମ୍ଭ କଲେ । ଏହା ଶାନ୍ତିପୂଣ୍ଣ ଆନ୍ଦୋଳନ ଥିଲା। ଆମେ ଏହି ଭଳି ମହିଳାଙ୍କ କାର୍ଯ୍ୟ ଚାହୁଁଛୁ। ସେମାନଙ୍କ ପାଖରେ ମୁଁ ନତମସ୍ତକ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.