ETV Bharat / bharat

ଶୁକ୍ରବାର ସୁଦ୍ଧା ଖରାପ ହୋଇପାରେ ଦିଲ୍ଲୀ ବାୟୁ ଗୁଣବତ୍ତା

ଆଜି ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ‘ମଧ୍ୟମ’ ବର୍ଗରେ ରେକର୍ଡ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ବାୟୁର ଗୁଣବତ୍ତା ଖରାପ ହେବାର ସମ୍ଭାବନା ରହିଛି ବୋଲି ଏକ ସରକାରୀ ପୂର୍ବାନୁମାନ ଏଜେନ୍ସି କହିଛି।

author img

By

Published : Sep 30, 2020, 2:03 PM IST

ଶୁକ୍ରବାର ସୁଦ୍ଧା ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ: ଆଜି ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ‘ମଧ୍ୟମ’ ବର୍ଗରେ ରେକର୍ଡ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ବାୟୁର ଗୁଣବତ୍ତା ଖରାପ ହେବାର ସମ୍ଭାବନା ରହିଛି ବୋଲି ଏକ ସରକାରୀ ପୂର୍ବାନୁମାନ ଏଜେନ୍ସି କହିଛି। ବୁଧବାର ସକାଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 160 ରେକର୍ଡ କରାଯାଇଛି । ଯାହା ମଧ୍ୟମ ବର୍ଗରେ ରହିଛି ।

ତେବେ ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ଅନୁକୂଳ ଭେଣ୍ଟିଲେସନ୍ ଅବସ୍ଥା ଗୁରୁବାର ଦିଲ୍ଲୀର ଏକ୍ୟୁଆଇକୁ ମଧ୍ୟମ ବର୍ଗରେ ରଖିବାର ସମ୍ଭାବନା ରହିଛି ବୋଲି ଏୟାର କ୍ୱାଲିଟି ଏବଂ ପାଣିପାଗ ବିଭାଗ କହିଛନ୍ତି। ବିଭାଗ ଆହୁରୀ ମଧ୍ୟ କହିଛି ଯେ,ମୌସୁମୀ ବିଳମ୍ବରେ ଆସିବା ଏବଂ ଥଣ୍ଡା ପବନ ଯୋଗୁ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହେବାର ସମ୍ଭାବନା ରହିଛି । ତେବେ ଅକ୍ଟୋବର ୨ ସୁଦ୍ଧା ବାୟୁ ଗୁଣବତ୍ତା ଖରାପ ଶ୍ରେଣୀକୁ ଖସିଯିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.