ETV Bharat / bharat

‘ଦୟାକରି ପ୍ରଧାନମନ୍ତ୍ରୀ ବାଛନ୍ତୁ, ଚୌକିଦାର ନୁହେଁ’

ମୋଦିଙ୍କୁ ଟାର୍ଗେଟ କରି ଅଳକା କହିଛନ୍ତି ଯେ ଦେଶର ଚୌକିଦାର ନିଜେ ଦୁର୍ନୀତି କରି ଅନ୍ୟକୁ ଦୋଷ ଦେଉଛନ୍ତି । ଚୌକିଦାର କେବେ ଲୋକଙ୍କ ଅନିଷ୍ଟ ଚିନ୍ତା କରେ ନାହିଁ । ଏପରି ଚୌକିଦାରକୁ ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ବସାଇବା ଉଚିତ ନୁହେଁ ।

ଫାଇଲ ଫଟୋ
author img

By

Published : Mar 12, 2019, 2:22 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀର ଆମ ଆଦମୀ ପାର୍ଟି(ଆପ) ବିଧାୟିକା ଅଳକା ଲମ୍ବା । ଚୌକିଦାର ପ୍ରସଙ୍ଗ ଉପରେ ମୋଦିଙ୍କୁ ସେ ନିଶାଣା ବନାଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ଚୌକିଦାର ନୁହେଁ ବରଂ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ଲମ୍ବା ଏକ ପୋଷ୍ଟ କରି ଏପରି ମନ୍ତବ୍ୟ ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ପ୍ରିୟ ଭାରତୀୟବାସୀ ଏଥର ନିର୍ବାଚନରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ବାଛନ୍ତୁ । ଚୌକିଦାର ତ ନେପାଳରୁ ମଗାଇପାରିବା । ଆଉ ନେପାଳ ଚୌକିଦାର ଚୋର ନୁହନ୍ତି । ସେମାନେ ବହୁତ ଭଲ ଭାବେ ଆମକୁ ଜଗି ପାରିବେ ବୋଲି ଅଳକା କହିଛନ୍ତି ।

ମୋଦିଙ୍କୁ ଟାର୍ଗେଟ କରି ଅଳକା କହିଛନ୍ତି ଯେ ଦେଶର ଚୌକିଦାର ନିଜେ ଦୁର୍ନୀତି କରି ଅନ୍ୟକୁ ଦୋଷ ଦେଉଛନ୍ତି । ଚୌକିଦାର କେବେ ଲୋକଙ୍କ ଅନିଷ୍ଟ ଚିନ୍ତା କରେ ନାହିଁ । ଏପରି ଚୌକିଦାରକୁ ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ବସାଇବା ଉଚିତ ନୁହେଁ । ତେଣୁ ଆଗାମୀ ନିର୍ବାଚନରେ ଚୌକିଦାର ନୁହେଁ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ନିଜକୁ ଦେଶର ଚୌକିଦାର ବୋଲି କହିବା ପରେ ମୋଦିଙ୍କୁ ବିରୋଧୀ ସବୁବେଳେ ସମାଲୋଚନା କରିଆସୁଛନ୍ତି ।

ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା । ଠିକ ସମୟରେ ହିତାଧିକାରୀଙ୍କୁ ଦିଆଯିବ କାଳିଆ ଟଙ୍କା। ୩ ଟି ପର୍ଯ୍ୟାୟରେ ଚିହ୍ନଟ ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ଏହା ଏକ ନିରନ୍ତର ଯୋଜନା । ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍‌ କଥା ନୁହେଁ । ଯଦି ଏଥିରୁ  କେହି ବଞ୍ଚିତ ହୋଇଛନ୍ତି ବା କାହା ନାମ ଏକାଧିକ ଥର ଆସିଛି, ତେବେ ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି । କୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ପିଏମ୍‌ କିସାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା’ ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍‌ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.