ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ କଡା ଚେତାବନୀ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

କ୍ବାରେଣ୍ଟିନ ସେଣ୍ଟର ନିୟମ ଉଲଙ୍ଘନ କଲେ ଜେଲଦଣ୍ଡ ଭୋଗିବ ବୋଲି ପ୍ରବାସୀ ଶ୍ରମିକଙ୍କୁ ଚେତାବନୀ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେଦ ସିଂ ରାୱତ ।

migrant labour
ପ୍ରବାସୀ ଶ୍ରମିକଙ୍କୁ କଡା ଚେତାବନୀ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
author img

By

Published : May 17, 2020, 8:33 AM IST

ଡେରାଡୁନ: ପ୍ରବାସୀ ଶ୍ରମିକଙ୍କୁ ତାଗିଦ୍। କ୍ବାରେଣ୍ଟିନସେଣ୍ଟର ନିୟମ ଉଲଙ୍ଘନ କଲେ ଜେଲଦଣ୍ଡ ଭୋଗିବ ବୋଲି ଚେତାବନୀ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେଦ ସିଂ ରାୱତ ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ 15 ରେ ଉତରାଖଣ୍ଡରେ ପ୍ରଥମ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଦୁଇ ମାସ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ 100 ରେ ପହଞ୍ଚିଥିଲା । ପ୍ରଛମେ ତବଲୀଗ ଜମାତ୍ ଏବଂ ଏବେ ବହୁ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର କାରଣ ପାଲଟିଛନ୍ତି ।

ଏହି କାରଣରୁ ଫେରୁଥିବା ଶ୍ରମିକଙ୍କୁ ରାଜ୍ୟରେ ବିଭିନ୍ନ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଉଛି । ସାଧାରଣତଃ ଯେଉଁ ଶ୍ରମିକମାନଙ୍କୁ ହୋମ କ୍ବାରେଣ୍ଚିନରେ ରହିବାକୁ କୁହାଯାଇଛି ସେମାନେ ଚିନ୍ତାର କାରଣ ପାଲଟିଛନ୍ତି ।

ସେଥିପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପ୍ରବାସୀ ଶ୍ରମିକଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କ୍ବାରେଣ୍ଟିନ ନିୟମ ମାନିବାକୁ ବାଧ୍ୟ ନଚେତ୍ ଏପିଡେମିକ ଧାରା ଅନୁଯାୟୀ 6 ମାସ ଜେଲଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ।

ଏକ ଗଣମାଧ୍ୟମରେ ବବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ସେ କହିଛନ୍ତି ବର୍ତ୍ତମାନ ଆମକୁ କୋରୋନା ସହ ବଞ୍ଚିବା ଶିଖିବା ଆବଶ୍ୟକ । ଏଣୁ ଆମକୁ ଲକଡାଉନ ନିୟମକୁ ପାଳନ କରିବା ଉଚିତ୍ । ଯଦି କୌଣସି ପ୍ରବାସୀ ଶ୍ରମିକ ଏହି ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ମାସ୍କ ନପିନ୍ଧିଲେ ଜୋରିମାନା ଦେବାକୁ ପଡିବ । ଏଥିସହ ସେ କହିଛନ୍ତି ପ୍ରବାସୀମାନଙ୍କ ସୁବିଧା ପାଇଁ ସେମାନଙ୍କୁ ରାସନ କିଟ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.