ETV Bharat / bharat

ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣ ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ହେବ ସୁଦୃଢ: ଧର୍ମେନ୍ଦ୍ର

ଜୈବ ବିବିଧତା ସହ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି । ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ..

ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣ ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ହେବ ସୁଦୃଢ: ଧର୍ମେନ୍ଦ୍ର
ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣ ଦ୍ବାରା ଓଡ଼ିଶାର ପର୍ଯ୍ୟଟନ ହେବ ସୁଦୃଢ: ଧର୍ମେନ୍ଦ୍ର
author img

By

Published : Aug 26, 2020, 7:19 PM IST

ହାଇଦ୍ରାବାଦ: ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ- ବିବିଧତାର ପ୍ରାୟ ୭-୮ ପ୍ରତିଶତ ଅଟେ । ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି ।ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହିଆସିଛି ବୋଲି କହିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ସେ କହିଛନ୍ତି, Project Tigerର ବଡ଼ ସଫଳତାର ସହ ଭାରତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା କରି କୃତିତ୍ୱ ହାସଲ କରିପାରିଛି । ଆମେ କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛୁ ।

ନଦୀକୂଳ ଅଞ୍ଚଳର ପରିସଂସ୍ଥାନ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନଃ ଉଦ୍ଧାର କରିବା ସହ ଓଡ଼ିଶାର ଇରାଓ୍ୱାଡ଼ି ଡଲଫିନ ଏବଂ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ସହ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି । ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.