ନୂଆଦିଲ୍ଲୀ: ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଡାମନ-ଡିଉ ଏବଂ ଦାଦ୍ରା ନଗର ହାବେଳୀର ହେବ ମିଶ୍ରଣ । ଏନେଇ ଲୋକସଭାରେ ଆଗତ ହେଲା ବିଲ୍ ।
ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମିଶ୍ରଣ କରିବାକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ଏହି ବିଲ ଆଗତ କରିଛନ୍ତି । ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ-ଡିଉ ବିଲ୍-2019 ନାମରେ ଏହି ବିଲ୍ ଲୋକସଭାରେ ମଙ୍ଗଳବାର ଆଗତ କରାଯାଇଛି ।
ସୂଚନା ଥାଉକି, ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଅଗଷ୍ଟ ମାସରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ବର୍ତ୍ତମାନ ଦେଶରେ 9ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ।