ETV Bharat / bharat

CWC ବୈଠକରେ ମୋଦି ସରକାରଙ୍କୁ ଟାର୍ଗେଟ, ବିଜେପିର ଭୁଲ ନୀତି କୋରୋନା-ସୀମା ବିବାଦର କାରଣ

author img

By

Published : Jun 23, 2020, 12:19 PM IST

କୋରୋନା ସଙ୍କଟ ମଧ୍ୟରେ ଭାରତ-ଚୀନ ସୀମା ବିବାଦ । ଆଜି(ମଙ୍ଗଳବାର) ଏହାକୁ ନେଇ କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ଆୟୋଜିତ ହୋଇଛି ।

 ବିଜେପିର ଭୁଲ ନୀତି କୋରୋନା-ସୀମା ବିବାଦର କାରଣ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତ-ଚୀନ ସୀମା ବିବାଦ । ଆଜି(ମଙ୍ଗଳବାର) ଏହାକୁ ନେଇ କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସମେତ ଅନେକ ନେତା ଉପସ୍ଥିତ ଅଛନ୍ତି । ଏହି ଅବସରରେ କଂଗ୍ରେସ ନେତାମାନେ ମୋଦି ସରକାରଙ୍କୁ ଟାର୍ଗେଟ କରିବାରେ ଟିକେ ବି ଅବସର ଛାଡି ନାହାଁନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଭାରତ ବର୍ତ୍ତମାନ ଏକ ଭୟାନକ ଆର୍ଥିକ ସଙ୍କଟ ମଧ୍ୟରେ ରହିଛି । ମହାମାରୀ ଓ ଚୀନ ସହ ସୀମା ବିବାଦ କାରଣରୁ ଏହି ସମସ୍ୟା ଦୁଇଗୁଣ ଆହୁରୀ ବଢିଯାଇଛି । ଏହାକୁ ନେଇ କଂଗ୍ରେସ କହିଛି, ସମସ୍ତ ସଙ୍କଟର କାରଣ ଭାରତୀୟ ଜନତା ପାର୍ଟି ନେତୃତ୍ବାଧିନ ଏନଡିଏ ସରକାରଙ୍କ ଭୁଲ ନୀତି ଓ ପରିଚାଳନା ।

ଅର୍ଥନୈତିକ ସଙ୍କଟକୁ ଦୂର କରିବାକୁ ପରାମର୍ଶ ଦେଇ ସୋନିଆ ଗାନ୍ଧୀ କହିଛନ୍ତି ଯେ ଏହି ସମୟରେ ସବୁଠାରୁ ବଡ ଆବଶ୍ୟକତା ଆଶା କରନ୍ତି ଗରିବ ଓ ଏମଏସଏମଇ କ୍ଷେତ୍ର । ସେମାନଙ୍କୁ ଆର୍ଥିକ ଉତ୍ସାହ ପ୍ରଦାନ କରିବା ଆବଶ୍ୟକ। ଏହା ବଦଳରେ ମୋଦି ସରକାରଙ୍କ ପ୍ୟାକେଜ ଜିଡିପିର 1 ପ୍ରତିଶତରୁ କମ୍ ।

ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି, ସରକାର ଲଗାତାର 17 ଦିନ ଧରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରୁଛନ୍ତି। କୋରୋନା ସଙ୍କଟ ଉପରେ ସୋନିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିଶ୍ଚିତତା ସତ୍ତ୍ବେ କୋରୋନା ମହାମାରୀରେ ଦେଶ ବିପର୍ଯ୍ୟସ୍ତ ହୋଇପଡିଛି। କେନ୍ଦ୍ର ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆଶ୍ବାସନା ଦେଇଥିଲା କିନ୍ତୁ ଗୋଟିଏ ଟଙ୍କାର ସହାୟତା ମଧ୍ୟ ଦେଇ ନଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଆମେ ବର୍ତ୍ତମାନ ଏକ ବଡ ସଙ୍କଟ ପରିସ୍ଥିତିର ସମ୍ମୁଖୀନ ହେଉଛୁ। ଏହାକୁ ଅସ୍ବୀକାର କରି ହେବ ନାହିଁ ଯେ 2020 ଏପ୍ରିଲ-ମେ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ ସୈନ୍ୟ ପାଙ୍ଗୋଙ୍ଗ ସୋ ହ୍ରଦ ଅଞ୍ଚଳରେ ଓ ଲଦାଖର ଗଲୱାନ୍ ଉପତ୍ୟକାରେ ଆମର ସୀମା ଅନୁପ୍ରବେଶ କରିଛନ୍ତି ।

ଏଥି ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂ କହିଛନ୍ତି ଯେ କୋରୋନା ସଙ୍କଟର ମୁକାବିଲା ପାଇଁ ଆବଶ୍ୟକୀୟ ସାହସ ଓ ପ୍ରୟାସର ଅଭାବ ରହିଛି । ଅନ୍ୟପକ୍ଷେ ଯଦି ଚୀନ ବିବାଦର ସମାଧାନ ନହୁଏ ତେବେ ସ୍ଥିତି ଗମ୍ଭୀର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.