ETV Bharat / bharat

‘ସିଆରପିଏଫ୍ ଯବାନଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ଅଟେ ’

author img

By

Published : Jul 2, 2020, 12:49 PM IST

ସିଆରପିଏଫ ଯବାନ ସାଧାରଣ ନାଗରିକଙ୍କୁ କାରରୁ ବାହାର କରି ଗୁଳି କରିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଏଡିଜି ଜୁଲଫିକର ହାସନ ।

_crpf
ସିଆରପିଏଫ୍ ଯବାନଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ଅଟେ

ଶ୍ରୀନଗର: ସିଆରପିଏଫ ଯବାନ ସାଧାରଣ ନାଗରିକଙ୍କୁ କାରରୁ ବାହାର କରି ଗୁଳି କରିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଏଡିଜି ଜୁଲଫିକର ହାସନ ।

ଏଥିସହ ସେ କହିଛନ୍ତି, ଜଣେ ସାଧାରଣ ଲୋକ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ଭାବୁଛି କିଛି ଲୋକ ଏହାକୁ ଅଲଗା ରୂପ ଦେବାକୁ ଚେଷ୍ଟା କରିଛନ୍ତି ଯେ ସିଆରପିଏଫ ଯବାନ ବ୍ୟକ୍ତିଙ୍କୁ ଗାଡିରୁ ବାହାର କରି ଗୁଳି ଚଳାଇଥିଲେ। ଏହା ସମ୍ପୂର୍ଣ୍ଣ ଅସତ୍ୟ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଫଟୋ ସମେତ ଅନେକ ଟେକ୍ନିକାଲ ବିବରଣୀ ଯାଞ୍ଚ କରିବା ପରେ ଯାହା ଘଟିଲା ସେଥିପାଇଁ ଆମେ ଅତ୍ୟନ୍ତ ଆତ୍ମବିଶ୍ୱାସୀ। ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ମସଜିଦ ଭିତରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଦୋଷ ଦେବା ଉଚିତ୍। ଏହାଛଡା ଏଡିଜି କହିଛନ୍ତି, ଏହି ଘଟଣାରେ ସିଆରପିଏଫ ସମ୍ପୃକ୍ତି ନେଇ କୌଣସି ପ୍ରଶ୍ନ ଉଠୁନାହିଁ ।

ପ୍ରକାଶ ଥାଉକି, ଗତ ବୁଧବାର ଜାମ୍ମୁକାଶ୍ମୀରର ସୋପୋରରୁ କୁପୱାରାକୁ ଜଣେ ସାଧରଣ ନାଗରିକ କାର ଯୋଗେ ଆସୁଥିଲେ । ଏହି ସମୟରେ ତାଙ୍କ କାରରେ ଗୁଳି ବାଜିବାରୁ ବୃଦ୍ଧ ଜଣଙ୍କ କାରରୁ ଓହ୍ଲାଇ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସେସମୟରେ ଆତଙ୍କବାଦୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ବୃଦ୍ଧଙ୍କ 3 ବର୍ଷର ଶିଶୁ ମୃତଦେହ ଉପରେ ବସି କାନ୍ଦୁଥିବାର ଏକ ଫଟୋ ଭାଇରାଲ ହୋଇଥିଲା । ଅନ୍ୟପଟେ ଯବାନମାନେ ବୃଦ୍ଧଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.