ETV Bharat / bharat

ଗହଳି ଭାଙ୍ଗିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ କର୍ମୀ

author img

By

Published : Apr 28, 2020, 10:40 PM IST

Updated : Apr 28, 2020, 10:55 PM IST

ଗହଳି ଭାଙ୍ଗି ଫେରିଯିବାକୁ ନିର୍ଦ୍ଦେଶ ଦେବା ପରେ ଉତକ୍ଷିପ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ । ଏପରିକି କିଛି ଲୋକ ପୋଲିସ ଉପରକୁ ଟେକା ପଥର ମଧ୍ୟ ଫିଙ୍ଗିଥିଲେ । ଅଧିକ ପଢନ୍ତୁ...

ଗହଳି ଭାଙ୍ଗିବାକୁ କହିବାରୁ ପୋଲିସ ଉପରକୁ ଆକ୍ରମଣ
ଭିଡ ଭାଙ୍ଗିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ କର୍ମୀ

କୋଲକାତା: ଲକଡାଉନ ନିୟମ ଭାଙ୍ଗିବା ଲୋକଙ୍କ ଅଭ୍ୟାସ ପାଲଟିଗଲାଣି । ଏପରିକି ଅନେକ ସ୍ଥାନରେ ନିୟମ ଭାଙ୍ଗିବା ସହ ପୋଲିସ ଉପରକୁ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳୁଛି । ସମାନ ଘଟଣା ପଶ୍ଚିମବଙ୍ଗର ହାୱଡାରେ ଘଟିଛି ।

ମଙ୍ଗଳବାର ଟିକିଆପରାର ଏକ ମାର୍କେଟରେ ଅନେକ ଲୋକ ଏକାଠି ହୋଇଥିଲେ । ଲକଡାଉନ ନିୟମ ଭାଙ୍ଗି ଏଠାରେ ଲୋକ ଗହଳି ଲଗାଇଥିଲେ । ଖବର ପାଇ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏଥିରେ ଲୋକେ ଉତକ୍ଷିପ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏପରିକି କିଛି ଲୋକ ପୋଲିସ ଉପରକୁ ଟେକା ପଥର ମଧ୍ୟ ଫିଙ୍ଗିଥିଲେ । ଏଥିରେ 2 ଜଣ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରବଳ ପୋଲିସ ଫୋର୍ସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

ସୌଜନ୍ୟ@ANI

Last Updated : Apr 28, 2020, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.