ରାୟପୁର: ଲଗାଣ ବର୍ଷା ଯୋଗୁଁ ମେଡିକାଲରେ ପଶିଲା ପାଣି । ଭାସିଲା କୋଭିଡ ଆଇସୋଲେସନ ଓ୍ବାର୍ଡ । ଆଉ ହନ୍ତସନ୍ତ ହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଅମ୍ବିକାପୁର ମେଡିକାଲ କଲେଜରେ । ଫଳରେ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହୋଇଥିଲେ । ଓ୍ବାର୍ଡରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଓ୍ବାର୍ଡକୁ ସ୍ଥାନାନ୍ତରିତ ହେବାକୁ ପଡିଥିଲା । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ସେପଟେ,ଡ୍ରେନେଜ ବ୍ୟବସ୍ଥା ସମ୍ପୁର୍ଣ୍ଣ ଠିକ ରହିଛି । ଯାହା ଦ୍ବାରା ଜଳ ନିଷ୍କାସନ ପ୍ରତିଦିନ ହୋଇଥାଏ। ହେଲେ ପ୍ରବଳ ବର୍ଷା ଯୋଗୁଁ ମେଡିକାଲରେ ପାଣି ପଶି ଥିବା କହିଛନ୍ତି ଅମ୍ବିକାପୁର ଟାଉନର ମେୟର କହିଛନ୍ତି ।
@ ANI