ନୂଆଦିଲ୍ଲୀ: ଭାରତରେ ଯେଉଁ ଦିନ କୋଭିଡ-19 ଟୀକା ଉପଲବ୍ଧ ହେବ ତାହା ପ୍ରଥମେ ଏକ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଯେଉଁଥିପାଇଁ ସମଗ୍ର ଦେଶର 92 ପ୍ରତିଶତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ 55 ପ୍ରତିଶତ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ସେମାନଙ୍କର ତଥ୍ୟ ଦେବାକୁ କୁହାଯାଇଛି। ଭାରତରେ ବର୍ତ୍ତମାନ 5 ଟୀକା ଉପରେ କାମ ଜାରି ରହିଛି, ସେଥିମଧ୍ୟରୁ 4 ଟିର ଦ୍ବିତୀୟ ଓ ତୃତୀୟ ପ୍ରକ୍ରିୟା ପରୀକ୍ଷା ଚାଲିଥିବାବେଳେ ଗୋଟିଏ ଟୀକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି।
ପ୍ରତ୍ୟେକ ରାଜ୍ୟର ଡାକ୍ତର, ଏମବିବିଏସ ଛାତ୍ର, ନର୍ସ ଏବଂ ଆଶାକର୍ମୀଙ୍କ ସହିତ ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜୋରସୋର କରିବାକୁ କୁହାଯାଇଛି । ଯେପରି ଏହି ପ୍ରକ୍ରିୟା ଆଉ ଏକ ସପ୍ତାହ ମଧ୍ୟରେ ସମାପ୍ତ କରାଯାଇପାରିବ।
ସୂଚନା ମୁତାବକ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ସହଯୋଗରେ କେନ୍ଦ୍ର ଆଗ ଧାଡିରେ ଥିବା 30 ପ୍ରତିଶତ କୋରୋନା ଯୋଦ୍ଧାଙ୍କ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁମାନଙ୍କୁ ପ୍ରଥମ ପ୍ରକ୍ରିୟାରେ ଟୀକା ଦିଆଯାଇପାରିବ। କିଛିଦିନ ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, 2021 ମସିହା ପ୍ରଥମ ତ୍ରୟମାସ ସୁଦ୍ଧା କୋଭିଡ-19 ଟିକା ଆସିବାର ସମ୍ଭାବନା ରହିଛି।