ETV Bharat / bharat

ଅଣସଙ୍ଗଠିତଙ୍କ ପାଇଁ ଅଚାନକ ଲକଡାଉନ ମୃତ୍ୟୁ ଦଣ୍ଡାଦେଶ ସଦୃଶ୍ୟ: ରାହୁଲ

author img

By

Published : Sep 9, 2020, 3:08 PM IST

ରାହୁଲ ଗାନ୍ଧୀ ପୁଣିଥରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିଜର ’ଆର୍ଥିକସ୍ଥିତି କି ବାତ’ କାର୍ଯ୍ୟକ୍ରମରେ ଏକ ଭିଡିଓ ସେୟାର କରି ବିମୁଦ୍ରୀକରଣ ଜିଏସଟି ଲାଗୁ ଓ ଲକଡାଉନ ପାଇଁ ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ଗାନ୍ଧୀ କହିଛନ୍ତି । ଅଧିକ ପଢନ୍ତୁ...

ଅଣସଙ୍ଗଠିତଙ୍କ ପାଇଁ ଅଚାନକ ଲକଡାଉନ ମୃତ୍ୟୁଦଣ୍ଡାଦେଶ ସଦୃଶ୍ୟ

ନୂଆଦିଲ୍ଲୀ: ଦେଶରେ ଲକଡାଉନ ଲାଗୁ ହେବା ପର ଠାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଟାର୍ଗେଟ କରିଆସୁଛନ୍ତି । ଲକଡାଉନ କାରଣରୁ ଦେଶରେ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ନେଇ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରୁଛନ୍ତି ରାହୁଲ । ଆଜି ଲକଡାଉନ ପ୍ରକ୍ରିୟା ଏକ ’ଲୋକ ବିରୋଧୀ ବିପର୍ଯ୍ୟୟ ପ୍ଲାନ’ ବୋଲି କହିଛନ୍ତି କଂଗ୍ରେସ ନେତା ।

  • अचानक किया गया लॉकडाउन असंगठित वर्ग के लिए मृत्युदंड जैसा साबित हुआ।

    वादा था 21 दिन में कोरोना ख़त्म करने का, लेकिन ख़त्म किए करोड़ों रोज़गार और छोटे उद्योग।

    मोदी जी का जनविरोधी 'डिज़ास्टर प्लान' जानने के लिए ये वीडियो देखें। pic.twitter.com/VWJQ3xAqmG

    — Rahul Gandhi (@RahulGandhi) September 9, 2020 " class="align-text-top noRightClick twitterSection" data=" ">

ସରକାରଙ୍କ ଅଘୋଷିତ ଲକଡାଉନ ଯୋଗୁଁ ସର୍ବାଧିକ ଅଣସଙ୍ଗଠିତ ସେକ୍ଟର ପ୍ରଭାବିତ ହୋଇଛନ୍ତି । ଦେଶର ଆର୍ଥିକ ସ୍ଥିତି ସଙ୍କଟକୁ ଠେଲି ହୋଇଯାଇଛି । ରାହୁଲ ଗାନ୍ଧୀ ତାଙ୍କର ’ଆର୍ଥିକ ସ୍ଥିତି କି ବାତ’ର ଏକ ଭିଡିଓ ସେୟାର କରି ଟ୍ବିଟ କରି କହିଛନ୍ତି, ସରକାରଙ୍କ ଅଚାନକ ଲକଡାଉନ ଅଣ ସଙ୍ଗଠିତ ବର୍ଗର ପାଇଁ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି ବୋଲି କହିଛନ୍ତି । 21 ଦିନରେ କୋରୋନା ଶେଷ କରିବାକୁ ପ୍ରତିଜ୍ଞା କରିଥିଲେ, କିନ୍ତୁ ଆଜି କୋଟି କୋଟି ରୋଜଗାର ଓ ଛୋଟ ଉଦ୍ୟୋଗୀ ବୁଡିବାକୁ ବସିଛି ।

ସେ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, କେନ୍ଦ୍ର ସରକାର ସିଧାସଳଖ ଅଣସଙ୍ଗଠିତ ବର୍ଗଙ୍କୁ ପ୍ରଭାବିତ କରିଛନ୍ତି । ଛୋଟ ଓ ମଧ୍ୟମ ଶ୍ରେଣୀ ବ୍ୟବସାୟୀ ତଥା ଦୈନିକ ମଜୁରୀ ଯେଉଁମାନେ ଖଟିଲେ ତାଙ୍କ ପେଟକୁ ଦାନାକୁ ଯାଏ । ହେଲେ ସରକାର ସେମାନଙ୍କ କଥା ଚିନ୍ତା କରିବା ପୂର୍ବରୁ ହଠାତ୍‌ ଲକଡାଉନ କରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଥିଲେ କୋରୋନା ଲଢେଇ 21 ଦିନର, କିନ୍ତୁ ଅସଂଗଠିତ କ୍ଷେତ୍ରର ମେରୁଦଣ୍ଡକୁ 21 ଦିନ ଭାଙ୍ଗି ଦିଆଗଲା ।

ଏଥିସହ ଲକଡାଉନ କାରଣରୁ 383 ଜଣଙ୍କ ଜୀବନ ଯାଇଛି ଏବଂ 20 ରୁ 30 ବର୍ଷ ଯୁବକଙ୍କ 2.7 କୋଟି ଯୁବକ ବେରୋଜଗାର ହୋଇଛନ୍ତି । କଂଗ୍ରେସ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଦୁର୍ବଳ ବିଭାଗକୁ ସିଧାସଳଖ ନଗଦ ଟ୍ରାନ୍ସଫର ଯୋଗାଇ NYAY ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକୁ ବାରମ୍ବାର ଆବେଦନ କରିବା ସତ୍ତ୍ବେ ମୋଦି ସରକାର ଏହାକୁ ଅଣଦେଖା କରିଛନ୍ତି। ଏପରି କଂଗ୍ରେସ ସବୁବେଳେ ଗରିବ ଓ ମଧ୍ୟମ ଶ୍ରେଣୀ ବ୍ୟବସାୟୀଙ୍କ ପାଇଁ ପ୍ୟାକେଜ ପ୍ରସ୍ତୁତ କରିବାକୁ ସରକାରଙ୍କୁ ଦାବି କରିଛି ହେଲେ ଏ ସରକାର କେବଳ 15ରୁ 20 ଧନୀ ବ୍ୟକ୍ତି ପାଇଁ ଟ୍ୟାକ୍ସ ଛାଡିଛନ୍ତି ।

ତେବେ କହିବାକୁ ଗଲେ କୋରୋନା ଉପରେ ଲୋକଡାଉନ ଆଟାକ ନଥିଲା ଏହା ଗରିବ, କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀ ଓ ଯୁବପିଢିଙ୍କ ଉପରେ ଥିଲା । ରାହୁଲ ନିଜର ’ଅର୍ଥବ୍ୟବସ୍ଥା କି ବାତ’ ଭିଡିଓରେ ଦେଶର ଆର୍ଥିକ ଅବସ୍ଥାରେ ସରକାରଙ୍କ ବିମୁଦ୍ରାକରଣ, ଜିଏସଟି ଲାଗୁ ଓ ଲକଡାଉନକୁ ପୁଣି ଥରେ ଦୋଷ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.