ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଜନିତ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛି । ଏହି ମାରାତ୍ମକ ସଂକ୍ରମଣ ପରୀକ୍ଷାକୁ ତ୍ବରାନ୍ବିତ କରିବା ପାଇଁ ଏହା ସାରା ଦେଶରେ 'ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା' ଆରମ୍ଭ କରିବାକୁ ଯୋଜନା କରିଛି ।
ତେବେ ଏହି ପରୀକ୍ଷା ପ୍ରଥମେ ଦିଲ୍ଲୀରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆଇସିଏମ୍ଆର୍ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି ପରୀକ୍ଷା ଆରମ୍ଭ କରିବାକୁ ଯାଉଛି । ଏହାଦ୍ବାରା କୋରୋନାର ଏହି ଲଢେଇ ସମୟରେ ଏକ ପରିବର୍ତ୍ତନ ଆଣିବା ନେଇ ଆଶା କରାଯାଉଛି ।
ଏହି ପରୀକ୍ଷା ପ୍ରକ୍ରିୟାକୁ ଆରମ୍ଭ କରିବା ଦ୍ବାରା କୋରୋନା ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯିବ । ଯାହାଦ୍ବାରା ସେମାନଙ୍କୁ ଶୀଘ୍ର ଚିକିତ୍ସାର ସୁବିଧା ମଧ୍ୟ ମିଳିବ । ସାଧାରଣତଃ କୋରୋନା ଟେଷ୍ଟିଂ ରିପୋର୍ଟ ଗୋଟିଏରୁ ଦୁଇ ଦିନ ମଧ୍ୟରେ ଆସିଥାଏ । ମାତ୍ରା ଏହି ପରୀକ୍ଷା ରିପୋର୍ଟ ମାତ୍ର 15 ରୁ 30 ମିନିଟରେ ଆସିଯିବ ।
'ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା' କିପରି କାମ କରେ
'ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ'ରେ, ଜଣେ ବ୍ୟକ୍ତିଙ୍କ ନାକର ଉଭୟ ପାର୍ଶ୍ବରୁ ତରଳ ପଦାର୍ଥର ନମୁନା ନିଆଯାଏ ଏବଂ ନିକଟରେ ପାର୍କିଂ ହୋଇଥିବା ମୋବାଇଲ ବ୍ୟାନ ଭିତରେ ଥିବା ଏକ ଲାବୋରେଟୋରୀରେ ହିଁ ଏହାକୁ ପରୀକ୍ଷା କରାଯାଏ । ଯଦି ଟେଷ୍ଟିଂ ଷ୍ଟ୍ରିପରେ କେବଳ ଗୋଟିଏ ଲାଇନ ଅଛି । ଏହାର ଅର୍ଥ ରିପୋର୍ଟ ନେଗିଟିଭି ଅଟେ । ହେଲେ ଏହି ରିପୋର୍ଟକୁ ନିଶ୍ଚିତ କରିବା ପାଇଁ ଆରଟିପିସି ଦ୍ବାରା ପୁଣିଥିରେ ପରୀକ୍ଷା କରାଯାଏ ।
ତେବେ ଏହି ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ କରିବାରେ ଦିଲ୍ଲୀ ହେଉଛି ପ୍ରଥମ ରାଜ୍ୟ । ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷଣରୁ ଦିଲ୍ଲୀରେ ଶୀଘ୍ର ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯିବା ସହ ଏହି ପରୀକ୍ଷା କୋରୋନା ମାମଲା ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଏହି ଆଣ୍ଟିଜେନ୍ କିଟ୍ ଦକ୍ଷିଣ କୋରିଆ କମ୍ପାନୀ ଏସଡି ବାୟୋସେନ୍ସର୍ ଦ୍ବାରା ବିକଶିତ ହୋଇଛି ।