ETV Bharat / bharat

ଲକ୍ଷ୍ନୌରୁ ଆସିଲା ଖୁସି ଖବର, ଏକାଥରେ ସୁସ୍ଥ ହେଲେ 79 କୋରୋନା ରୋଗୀ - ଲକ୍ଷ୍ନୌ ନ୍ୟୁଜ

କୋରୋନାକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳିଥିବା ବଳେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ଦିନରେ 79 କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି | ଏହାପରେ ସମସ୍ତ ଲୋକଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

corona
ଏକାଥରେ ସୁସ୍ଥ ହେଲେ 79 କୋରୋନା ରୋଗୀ
author img

By

Published : May 6, 2020, 3:14 PM IST

ଲକ୍ଷ୍ନୌ: କୋରୋନାକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳିଥିବା ବଳେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ଦିନରେ 79 କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି | ଏହାପରେ ସମସ୍ତ ଲୋକଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

79 ରୋଗୀଙ୍କ ମଧ୍ୟରୁ 45 ଜଣ ରୋଗୀ ଲଇଣ୍ଟିଗ୍ରାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳ ଇରା ହସ୍ପିଟାଲରେ 34 ଜଣ ରୋଗୀ ଭର୍ତ୍ତି ହୋଇଥିଲେ ।

ଲକ୍ଷ୍ନୌ ସିଏମଓଙ୍କ ଅନୁଯାୟୀ, ବୁଧବାର ସହରରେ କୌଣସି ନୂଆ କୋରୋନା ପଜେଟିଭ ମାମଲା ସାମ୍ନାକୁ ଆସିନାହିଁ । ଏବେ କେବଳ ପୂର୍ବରୁ ଥିବା କୋରୋନା ପଜିଟିଭ୍ ମାମଲାର ପୁନଃ ପରୀକ୍ଷା ପାଇଁ ପଠାଯାଇଛି । ଗତ ମଙ୍ଗଳବାର ଲକ୍ଷ୍ନୌରେ 5 ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ଗତ ସୋମବାର କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିଲା । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ନୌରେ 231 କୋରୋନା ଆକ୍ରାନ୍ତ ରହିଛନ୍ତି ।

ତେବେ ମୋଟ 241 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବୁଧବାର 71 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ 80 ଜଣ ଆକ୍ରାନ୍ତ ଆକ୍ଟିଭ ରହିଛନ୍ତି । ସେହିପରି ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁତିବା ହେତୁ ଯୋଗୀ ସରକାରଙ୍କ ଟେନସନ ବଢିଯାଇଛି । ଗତ 24 ଘଣ୍ଟାରେ ୟୁପିରେ 118 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2880ରେ ପହଞ୍ଚିଛି। ଏହାଛଡା ୟୁପିରେ ବର୍ତ୍ତମାନ ସୁଦ୍ଧା 56 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.