ETV Bharat / bharat

21 ଦିନର ଲକ ଡାଉନ କାଉଣ୍ଟଡାଉନ ! ଆଜିଠୁ ଅଫିସ ଯିବେ ମନ୍ତ୍ରୀ - central ministers resume work in office

ଆସନ୍ତାକାଲି ଶେଷ ହେଉଛି ଲକ ଡାଉନ ଅବଧି । ଏଯାଏଁ ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା ହୋଇନାହିଁ । ସେପଟେ, ସୋମବାର ଅଫିସ ଯିବେ ସମସ୍ତ କେନ୍ଦ୍ରମନ୍ତ୍ରୀ ।

ଆଜି ଠୁ ଅଫିସରେ ଯିବେ ମନ୍ତ୍ରୀ
ଆଜି ଠୁ ଅଫିସରେ ଯିବେ ମନ୍ତ୍ରୀ
author img

By

Published : Apr 13, 2020, 11:00 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ଜାରି ରହିଛି ଲଢେଇ । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଦେଶବ୍ୟାପୀ 21 ଦିନର ପାଇଁ ଲକ ଡାଉନ ଲାଗୁ କରାଗଲା । ଯାହା 14 ଏପ୍ରିଲରେ ପୁରା ହେବାକୁ ଯାଉଛି । ଏହି ଭିତରେ ସରକାର ଲକ ଡାଉନକୁ ନେଇ ଅନେକ ନିଷ୍ପତ୍ତି ନେଇଥିବାବେଳେ, ଆଜି ଠାରୁ କେନ୍ଦ୍ର ମନ୍ତ୍ରୀ ଓ କିଛି ବରିଷ୍ଠ ଅଧିକାରୀ କାର୍ଯ୍ୟାଳୟ ଯିବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କାର୍ଯ୍ୟାଳୟ ଖୋଲାଯିବା ମନ୍ତ୍ରୀମାନଙ୍କୁ ଆଦେଶ ଦିଆଯାଇଛି । ଏହା ପୂର୍ବରୁ ସମସ୍ତ ମନ୍ତ୍ରୀ ଘରେ ରହି କମ କରୁଥିଲେ । ଏଥର ଅଫିସର କାମ କରିବେ । ହେଲେ ଏଠି ବି ସାମାଜିକ ଦୂରତ୍ବ ବଜାୟୀ ରହିବ । ଏହା ବ୍ୟତୀତ ଯୁଗ୍ମ ସଚିବଙ୍କ ଠାରୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ରହିବେ । କିନ୍ତୁ ତଳ କର୍ମଚାରୀଙ୍କ ଦିନେ ଛଡା ଦିନେ କାମ କରିବେ ।

ସେପଟେ, ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏପଟେ ଆସନ୍ତାକାଲି ତାଲା ବନ୍ଦର ଅବଧି ଶେଷ ହେଉଛି । ଏଭଳି ସ୍ଥଳରେ କେତେକ ରାଜ୍ୟ ଲକ ଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଏପରି ବି କୁହାଯାଉଛି ଯଦି ଦ୍ବିତୀୟ ଥର ଲକ ଡାଉନ ଘୋଷଣା ହୁଏ, ତେବେ ଚାଷକାର୍ଯ୍ୟ, ଶିଳ୍ପାନୁଷ୍ଠାନ ପାଇଁ କଟକଣା କମ ରହିବ । ଏହା ଓଡିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ , ରାଜସ୍ଥାନ ଭଳି ରାଜ୍ୟରେ ଲକ ଡାଉନକୁ ବଢାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.