ETV Bharat / bharat

କୋରୋନା ପ୍ରଭାବ: ସ୍କୁଲରେ ଇ-କ୍ଲାସ୍ ଆରମ୍ଭ କରିବ ଏଚଆରଡି ମନ୍ତ୍ରଣାଳୟ

author img

By

Published : Mar 18, 2020, 9:42 PM IST

କୋରୋନା କାରଣରୁ ବନ୍ଦ ରହିଛି ଅନେକ ରାଜ୍ୟରେ ସ୍କୁଲ, କଲେଜ । ଏପରିସ୍ଥଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ବୟମ ପ୍ରଭା ଡିଟିଏଚ ଚ୍ୟାନେଲରେ ଇ-କ୍ଲାସ୍ ଆରମ୍ଭ କରିବ ନେଇ ବୋଲି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: କୋରୋନା ଭାଇରସ କାରଣରୁ ସମଗ୍ର ବିଶ୍ବବାସୀ ଭୟ ଓ ଆତଙ୍କିତ ଅବସ୍ଥାରେ । ଶିକ୍ଷାନୁଷ୍ଠାନ ବନ୍ଦ, ହଲ, ମଲ, ଜିମ, ହୋଟେଲ ସବୁ ଆଡେ କଡା କଟକଣା ପ୍ରତିବନ୍ଧ । ଏପରିସ୍ଥଳେ କୋରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଦେଶରେ ଅନେକ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି । ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେବାରୁ ଅଟକାଇବା ପାଇଁ ସରକାରଙ୍କ ବଡ ନିଷ୍ପତ୍ତି । ସରକାର ଇ-କ୍ଲାସ ମାଧ୍ୟମରେ ପାଠ ପଢାଇବା ବ୍ୟବସ୍ଥା କରାଇବା ପାଇଁ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@DrRPNishank
ଫଟୋ ସୌଜନ୍ୟ: ଟ୍ବିଟର@DrRPNishank

ଛାତ୍ରଛାତ୍ରୀଙ୍କ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍ବୟମ ପ୍ରଭା ଡିଟିଏଚ ଚ୍ୟାନେଲରେ ଇ-କ୍ଲାସ୍ ଆରମ୍ଭ କରିବ ନେଇ ବୋଲି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର କହିଛନ୍ତି । ଟ୍ବିଟ କରି ସେ ଏହି ସୂଚନା ଦେଇଛନ୍ତି ।

କୋରୋନା ପ୍ରଭାବ
କୋରୋନା ପ୍ରଭାବ

ନିଶଙ୍କ ଟ୍ବିଟ କରି କହିଛନ୍ତି, SWAYAM Prabha DTH ଚ୍ୟାନେଲରେ ଇ-କ୍ଲାସ୍ ଆରମ୍ଭ ହେବାକୁ ଯାଉଛି , ଯାହା ପିଲାଙ୍କର ସିଲାବସ୍ ସହିତ ସମାନ ଅଟେ |

ସ୍ବୟମ୍ ପ୍ରଭା DTH ଚ୍ୟାନେଲରେ ଦୈନିକ 4 ଘଣ୍ଟାର ଟାଇମ୍-ସ୍ଲଟ୍ ଅନୁମୋଦନ କରାଯାଇଛି । COVID-19 ହେତୁ ବିଦ୍ୟାଳୟ ବନ୍ଦ ରହିଛି, ଏଣୁ ଛୁଟି ସମୟରେ ଅଧ୍ୟୟନ ସହିତ ଜଡିତ ରହିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଏହାକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରିବା ପାଇଁ ସେ କହିଛନ୍ତି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 151 କୁ ବୃଦ୍ଧି ପାଇଛି । ଏଥରେ 126 ଭାରତୀୟ ଓ 25 ବିଦେଶୀ ନାଗରିକ ରହିଛନ୍ତି । କୋରୋନାରେ ଦେଶରେ ତିନି ଜଣଙ୍କ ଜୀବନ ଯାଇଛି । କୋରୋନା ପାଇଁ ମାର୍ଚ୍ଚ 31 ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.