ETV Bharat / bharat

କୋରୋନା ଭାଇରସ ମୁକାବିଲା ପାଇଁ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

author img

By

Published : Feb 16, 2020, 5:20 PM IST

କୋରୋନା ଭାଇରସର ମୁକାବିଲା ପାଇଁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହାସିଇନ ଲୁଙ୍ଗ ସିଙ୍ଗାପୁରର ସମସ୍ତ ଜନସାଧାରଣଙ୍କୁ ଟେଲିଭିଜନ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

Corona Virus
କୋରୋନା ଭାଇରସର ମୁକାବିଲା ପାଇଁ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ବେଜିଂ: ଭୟାବହ ପରିସ୍ଥିତିରେ ଚୀନର କୋରାନା ଭୂତାଣୁ । ଏହି ଭୂତାଣୁ ଏବେ ସୁଦ୍ଧା 1600ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେବା ସହ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ତେବେ ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତର ମୁକାବିଲା ପାଇଁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହାସିଇନ ଲୁଙ୍ଗ ସିଙ୍ଗାପୁରର ସମସ୍ତ ଜନସାଧାରଣଙ୍କୁ ଟେଲିଭିଜନ ମାଧ୍ୟମରେ ସତର୍କ କରାଇଛନ୍ତି ।

ତାଙ୍କ କହିବା ଅନୁସାରେ, ଏହି କୋରୋନା ମହାମାରୀ ସମାଜରେ ସମସ୍ତଙ୍କ ମଧ୍ୟରେ ଥିବା ଏକଜୁଟ ବଦ୍ଧତାର ପରୀକ୍ଷା ନେଉଛି । ତେଣୁ ଭୟଭୀତ ନହୋଇ ଶାନ୍ତିରେ ଏକ ସୁନ୍ଦର ଜୀବନଯାପନ କରିବାକୁ ସମସ୍ତଙ୍କୁ ଅନୁରୋଧ । ବର୍ତ୍ତମାନ ସମୟରେ ଏନସିପିର ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବା ବେଳେ ମୃତ୍ୟୁସଂଖ୍ୟା ମାତ୍ରାଧିକ ବଢୁନାହିଁ । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିବ ତେବେ ଭୂତାଣୁ ଆଶଙ୍କା କରାଯାଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

ଏହାସହ ଯେଉଁ ରୋଗୀଙ୍କୁ ସାମାନ୍ୟ ଥଣ୍ଡା ଜ୍ବର ହେଉଛି ସେମାନେ ଡାକ୍ତରଖାନା ନଆସି ନିଜ ଫ୍ୟାମିଲ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବା ଜରୁରୀ। ଏହାସହ ଛୋଟ ଛୁଆ ଓ ଜଟିଳ ପରିସ୍ଥିତିରେ ଥିବା ରୋଗୀମାନଙ୍କ ଚିକିତ୍ସା ହସ୍ପିଟାଲରେ କରାଯିବ।

ଏହି ମହାମାରୀ ସମସ୍ତ ମାନବ ସମାଜର ପରୀକ୍ଷା ନେଉଛି। ତେଣୁ ଆମେ ସମସ୍ତେ ମିଳିମିଶି ଏଭଳି ଏକ କଠୋର ସମୟର ମୁକାବିଲା କରିବା ଦରକାର। ସୂଚନା ଥାଉ କି, ଫେବୃୟାରୀ 13 ସୁଦ୍ଧା ପାଖାପାଖି 58ଟି ଏନସିପି ମାମଲା ସିଙ୍ଗାପୁରରେ ପଜିଟିଭି ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.