ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ହେଉଛି ଏକ ମାଇକ୍ରୋ ଅଣୁଜୀବ ଯାହା ଖାଲି ଆଖିରେ ଦେଖାଯାଇପାରିବ ନାହିଁ । ଯାହା ବର୍ତ୍ତମାନ ସମଗ୍ର ବିଶ୍ୱକୁ ଅସୁବିଧାରେ ପକାଇଛି !ଏହି ସଂକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ହାନି ଘଟିଛି । ଏହି ଭାଇରସର ଉତ୍ସ କ’ଣ? ଏହା କେଉଁଠାରୁ ଉତ୍ପନ୍ନ ହେଲା? ବିଶ୍ବାସ କରିବା ଠିକ୍ କି ଏହା ବାଦୁଡି (ବ୍ୟାଟ୍ସ) ପରି ରାତ୍ରୀଚର ପ୍ରାଣୀମାନଙ୍କଠାରୁ ଉତ୍ପନ୍ନ ହୋଇଛି ?

ଦକ୍ଷିଣ ଏସିୟ ଦେଶଗୁଡିକର ଅନୁସନ୍ଧାନକାରୀ ତଥା ବ୍ୟାଟ୍-ସଂରକ୍ଷଣ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହା କହିବା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ସେମାନେ କହିଛନ୍ତି, କୋଭିଡ-19 ବିସ୍ତାରରେ ବାଦୁଡି ମାନଙ୍କ ଭୂମିକା କେବଳ ଏକ ଭୁଲ ଧାରଣା। କୋରୋନା ବାଦୁଡି ମାନଙ୍କ ଠାରୁ ବ୍ୟାପିଥିବା ଭଳି ଖବର ଏହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର । ଯାହାଦ୍ବାରା ମଣିଷ ମାନଙ୍କର ଏବେ ଏହି ପକ୍ଷୀମାନଙ୍କୁ ହଟାଇବା କିମ୍ବା ହତ୍ୟା କରିବା ନେଇ ଚିନ୍ତା ବଢାଇଦେଇଛି । ଦକ୍ଷିଣ ଏସିଆର 6ଟି ଦେଶର 64 ଗବେଷକ ଏବଂ ବୈଜ୍ଞାନିକ ଦ୍ବାରା ମିଳିତ ବିବୃତ୍ତି ପ୍ରକାଶ ପାଇଛି ବୋଲି ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ଶ୍ରୀନିବାସ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବାଦୁଡି ମାନେ କୋଭିଡ-19 ବିସ୍ତାର କରନ୍ତି ନାହିଁ । ତେଣୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ନିକଟସ୍ଥ ଅଗ୍ନି ଓ ଆତସବାଜି ଦ୍ୱାରା ବାଦୁଡିଙ୍କୁ ଆଘାତ ଓ ହତ୍ୟା କରିବା ଅନୁଚିତ ।
ଆଇସିଏମଆର ଦ୍ୱାରା ହୋଇଥିବା ଅନୁସନ୍ଧାନରେ ଦୁଇ ପ୍ରଜାତିର ବାଦୁଡିଙ୍କ ମଧ୍ୟରେ କୋରୋନା ଭାଇରସ ଚିହ୍ନଟ ହୋଇଥିଲା। ଏହି ମହାମାରୀ କୋରୋନା ଭାଇରସ୍, ବର୍ତ୍ତମାନ ମନୁଷ୍ୟମାନଙ୍କ ମଧ୍ୟରେ ଅଧିକ ଦେଖାଦେଇଛି । “ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଅନୁପ୍ରବେଶ କରୁଥିବାରୁ ମଣିଷମାନେ ନୂଆ ଭାଇରସର ସମ୍ମୁଖୀନ ହୋଇ ବିପଦରେ ଅଛନ୍ତି । ଏହି ଜୀବାଣୁ ବାଦୁଡି କିମ୍ବା ଅନ୍ୟ କୌଣସି ବନ୍ୟଜନ୍ତୁଙ୍କଠାରୁ ଆସିପାରେ ବୋଲି କହିଛନ୍ତି କାନାଡାର ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟର ପୋଷ୍ଟ ଡକ୍ଟରାଲ୍ ଗବେଷକ ଅରଞ୍ଜୟ ବାନାର୍ଜି। “ଭାରତରେ 110 ରୁ ଅଧିକ ପ୍ରଜାତିର ବାଦୁଡ଼ି ବିଲୁପ୍ତ ପ୍ରାୟ । ଏହି ସମୟରେ ମିଥ୍ୟା ପ୍ରଚାର ଠିକ୍ ନୁହେଁ । ଏହି ପ୍ରଜାତିର ସୁରକ୍ଷା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ଇଣ୍ଡିଆନ୍ ବ୍ୟାଟ୍ସ ସଂରକ୍ଷଣ ଟ୍ରଷ୍ଟର ମୁଖ୍ୟ ରାଜେଶ ପୁଟ୍ଟସ୍ୱାମୀ କହିଛନ୍ତି ।
ଖାଦ୍ୟ ନିରାପତ୍ତାରେ ବାଦୁଡିଙ୍କ ଭୂମିକା
ବୈଜ୍ଞାନିକ ମାନଙ୍କର ଏକ ଦଳ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବାଦୁଡି ମାନେ ଉଦ୍ଭିଦ ପରାଗଣରେ ବହୁତ ଉପଯୋଗୀ। ପରାଗଣ ଓ ତାର ପ୍ରାସାରରେ ମୈଙ୍ଗ୍ରୋଭ୍ ଜଙ୍ଗଲଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଜୀବ କୀଟପତଙ୍ଗ ଖାଏ ଯାହା ଚାଉଳ, ମକା, କପା, ତମାଖୁ ପରି ଫସଲ ଗୁଡିକ ନଷ୍ଟ କରିଥାନ୍ତି । ଏହିପରି, ବାଦୁଡି ସମ୍ପ୍ରଦାୟ ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ଆର୍ଥିକ ନିଶ୍ଚିତତା ପାଇଁ ସହଯୋଗ କରୁଛି । କୌଣସି ପ୍ରମାଣ ନାହିଁ ଯେ ମଣିଷମାନେ ସିଧାସଳଖ ବାଦୁଡି କିମ୍ବା ସେମାନଙ୍କ ମଳ ଦ୍ୱାରା ସଂକ୍ରମିତ ହୁଅନ୍ତି !