ETV Bharat / bharat

କୋରୋନା କାୟା; ଉତ୍ତର ପ୍ରଦେଶରେ ତିନିଦିନିଆ ଲକଡାଉନ - କୋରୋନା କଟକଣା

ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଉତ୍ତର ପ୍ରଦେଶରେ ପୁଣିଥରେ ଲକଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉ ଅବଧି ଶୁକ୍ରବାର ରାତି 10ରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ 13 ତାରିଖ ସକାଳ 5ଟା ଯାଏ ବଳବତ୍ତର ରହିବ । ଅଧିକ ଖବର ପଢନ୍ତୁ...

କୋରୋନା କାୟା; ଉତ୍ତର ପ୍ରଦେଶରେ ତିନିଦିନିଆ ଲକଡାଉନ

author img

By

Published : Jul 11, 2020, 10:54 AM IST

ଲକ୍ଷ୍ନୌ: ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନଜରରେ ରଖି ପ୍ରତି ରାଜ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଯୋଗୀ ସରକାର ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ପୁରା ରାଜ୍ୟରେ ପୁଣିଥରେ ଲକଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉନ ଅବଧି ଶୁକ୍ରବାର ରାତି 10ରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ 13 ତାରିଖ ସକାଳ 5ଟା ଯାଏଁ ବଳବତ୍ତର ରହିବ ।

ତେବେ ଏହି ଲକଡାଉନରୁ ବାଦ ପଡିଛି ଧାର୍ମିକ ସ୍ଥଳ, ଡାକ୍ତରଖାନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ମାତ୍ର ଏହା ସତ୍ତ୍ବେ ଜରୁରୀ ନଥିଲେ ଘରୁ ଗୋଡ କାଢିବାକୁ ବାରଣ କରିଛି ୟୁପି ସରକାର । ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟରେ 1347ଟି ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ 27 ଜଣ ପ୍ରାଣ ହାରିଥିଲା । ଯାହାକୁ ନେଇ ମୃତକଙ୍କ ସଂଖ୍ୟା ରାଜ୍ୟରେ 889କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଏଯାବତ୍ 11,024 ସକ୍ରିୟ ମାମଲା ରହିଛି । ଅନ୍ୟପଟେ ତାଲାବନ୍ଦ ସମୟରେ ଏକ୍ସପ୍ରେସ-ୱେ, ବ୍ରିଜ୍ ଏବଂ ସଡକ ସମ୍ବନ୍ଧୀୟ ସମସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ । ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.