ETV Bharat / bharat

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କୁ କୋରୋନା

author img

By

Published : Sep 5, 2020, 11:21 AM IST

ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ହେଲେ କୋରୋନା ସଂକ୍ରମିତ । ଜଳ ଶକ୍ତି ମନ୍ତ୍ରୀ ବଲଦେବ ସିଂ ଅଲଖଙ୍କ ଆଣ୍ଟିଜେନ୍ ଅନୁସନ୍ଧାନରେ ଏହି ରିପୋର୍ଟ ସକରାତ୍ମକ ହୋଇଛି। ଏନେଇ ଅଲଖ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କୁ କୋରୋନା, ବଲଦେବ ସିଂଙ୍କ ରିପୋର୍ଟ ପଜିଟିଭ୍

ଲକ୍ଷ୍ନୌ:ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ ହେଲେ କୋରୋନା ସଂକ୍ରମିତ । ଜଳ ଶକ୍ତି ମନ୍ତ୍ରୀ ବଲଦେବ ସିଂ ଅଲଖଙ୍କ ଆଣ୍ଟିଜେନ୍ ଅନୁସନ୍ଧାନରେ ଏହି ରିପୋର୍ଟ ସକରାତ୍ମକ ହୋଇଛି। ସେ ଶୁକ୍ରବାର ଲକ୍ଷ୍ନୌରେ ଥିଲେ। ଅଲଖ ଟ୍ୱିଟ୍ କରି କହିଛନ୍ତି ଯେ "ମୁଁ କୋଭିଡ -19 ର ପ୍ରାରମ୍ଭିକ ଲକ୍ଷଣ ପାଇବାପରେ ପରୀକ୍ଷା କରିଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଏବେ ନିଜକୁ ଆଇସୋଲେସନ କରିଛି ।

ତେବେ ଗତ କିଛି ଦିନ ମଧ୍ୟରେ ଯିଏ ତାଙ୍କ ସହ ଯୋଗାଯୋଗରେ ଥିଲେ, ସେ ସମସ୍ତଙ୍କୁ ନିଜର ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ଅଲାଖ କହିଛନ୍ତି ଯେ, ସେ ପୂର୍ବରୁ ତିନିଥର ପରୀକ୍ଷା କରିସାରିଥିବା ବେଳେ ପ୍ରତ୍ୟେକ ଥର ରିପୋର୍ଟ ତାଙ୍କର ନେଗେଟିଭ୍ ଆସିଥିଲା । ଏଥର ଆଣ୍ଟିଜେନ୍ ଟେଷ୍ଟରେ ଏହା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ସେ ଲକ୍ଷ୍ନୌରେ ଥିବା ତାଙ୍କ ସରକାରୀ ବାସଭବନରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ଉତ୍ତରପ୍ରଦେଶର ଅଲଖଙ୍କ ବ୍ୟତୀତ ଏପର୍ଯ୍ୟନ୍ତ ଆଉ 14 ଜଣ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି। ଜିଏସ୍ ଧର୍ମେଶ, ମୋହସିନ୍ ରାଜା, ସତୀଶ ମହଣ, ସିଦ୍ଧାର୍ଥ ନାଥ ସିଂ, ଉଦୟ ଭାନ୍ ସିଂ, ଭୁପେନ୍ଦ୍ର ସିଂ ଚୌଧରୀ, ମୋତି ସିଂ, ଜୟ ପ୍ରତାପ ସିଂ, ବ୍ରଜେଶ ପାଥକ୍, ମହେନ୍ଦ୍ର ସିଂ, ଧରମ ସିଂ ସାଇନି, ଉପେନ୍ଦ୍ର ତିୱାରୀ କୋରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହ କମଲ ରାନୀ ଭରୁଣ ଏବଂ ମନ୍ତ୍ରୀ ଚେତନ ଚୌହାନଙ୍କ କୋରୋନାରେ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.