ନୂଆଦିଲ୍ଲୀ: ସମ୍ବିଧାନକୁ ପୂରିଛି 70 ବର୍ଷ । ବିଶ୍ବର ସର୍ବବୃହତ୍ତ ସମ୍ବିଧାନ ଭାରତର ସମ୍ବିଧାନ ବୋଲି ସମସ୍ତ ଜାଣନ୍ତି। ମୌଳିକ ଅଧିକାର ସହ ସମ୍ବିଧାନ ଆମକୁ ସ୍ବାଧୀନତା ସ୍ବାଦ ଚଖାଇଛି । ହେଲେ ଆଜି ବି ନିଜ ଅଧିକାର, କର୍ତ୍ତବ୍ୟ, ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଉପରେ ଅବଗତ ନାହାଁନ୍ତି ଦେଶବାସୀ । ଏହା ପହଞ୍ଚିବାକୁ ଆହୁରି ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡିବ ବୋଲି କହିଛନ୍ତି ସମ୍ବିଧାନ ବିଶେଷଜ୍ଞ । ତେବେ ସମ୍ବିଧାନର ଏହି 70 ବର୍ଷ ପୂର୍ତ୍ତି ଅବସରରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏସପି ସିଂଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତର ପ୍ରତିନିଧି।
ଭାରତୀୟ ସମ୍ବିଧାନର ତଥ୍ୟ ପର୍ଯ୍ୟାପ୍ତ । ଆମେ ଭାରତୀୟ ଆମ ଦ୍ବାର ହିଁ ଏହା ଘୋଷଣା କରାଯାଇଛି । ସମଜବାଦୀ ଲୋକତାନ୍ତ୍ରିକ ଗଣରାଜ୍ୟର ଗୋଟିଏ ଅଂଶ । ଆମ ଶାସନର ପାଟର୍ଣ୍ଣ ଲୋକତାନ୍ତ୍ରିକ । ଆମେ ସବୁ ପ୍ରକାର ଅତ୍ୟାଚାରର ବିରୋଧୀ। ସମ୍ବିଧାନ ଏକ ଜୀବନ୍ତ ତଥ୍ୟ ବୋଲି କହିଛନ୍ତି ଏସପି ସିଂ ।
ଅନୁଚ୍ଛେଦ 370ର ଆପତକାଳ ଓ ନିରସ୍ତ୍ରୀକରଣ ବିଷୟକୁ ନେଇ ସେ କହିଛନ୍ତି, ପୂର୍ବରୁ ଥିବା ଅନୁଚ୍ଛେଦ 370 ସେଠାରେ ସ୍ଥିର ନଥିଲା ତେଣୁ ଏହା ଉଚ୍ଛେଦ କରିବା ଅଣସାମ୍ବିଧାନିକ ନୁହେଁ ବୋଲି କହିଛନ୍ତି ଏସପି ସିଂ। ଏହାସହ ସେ ଭାରତୀୟ ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ସମ୍ଭବ ହେବା ନେଇ ମୋଦି ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ସରକରାଙ୍କ ସ୍ବଚ୍ଛ ଭାରତ ଅଭିଯାନ, ଉଜ୍ଜଳା ଭଳି ଅନେକ ଯୋଜନାକୁ ମଧ୍ୟ ପ୍ରଶଂସା କରିଛନ୍ତି।
ଭାରତୀୟ ସମ୍ବିଧାନର ମହତ୍ତ୍ବ ଉପରେ ସେ କହିଛନ୍ତି, ବିଭିନ୍ନତା ଓ ବିବିଧତା ଭିତରେ ସହ ଭାରତୀୟ ସମ୍ବିଧାନ ଏହି ଦେଶ ପ୍ରତ୍ୟେକ ନାଗରିକକୁ ଏକଜୁଟ କରିଥାଏ । ଏଥିପାଇଁ ଅନ୍ୟ ଦେଶ ମଧ୍ୟ ଭାରତୀୟ ସମ୍ବିଧାନର ମହତ୍ତ୍ବ ବୁଝିବା ଆବଶ୍ୟକ ।