ETV Bharat / bharat

ଅକ୍ଟୋବର 26ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

author img

By

Published : Oct 18, 2020, 9:53 PM IST

ହାଥରସ ଘଟଣା ବିରୋଧରେ ଅକ୍ଟୋବର 26ରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଅଧିକ ପଢନ୍ତୁ...

ଅକ୍ଟୋବର 26ରେ  କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ଅକ୍ଟୋବର 26 କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ । ହାଥରସ ଘଟଣା ବିରୋଧରେ ଅକ୍ଟୋବର 26ରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥିସହ ଦଳ ଚାଷୀ ଆଇନକୁ ନେଇ ଅକ୍ଟୋବର 31ରେ ସମସ୍ତ ପାର୍ଟି ଜିଲ୍ଲା ମୁଖ୍ୟାଳୟରେ ବିରୋଧ କରିବ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଆଇସିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ସୋନିଆ ଗାନ୍ଧୀ ସମସ୍ତ ସାଧାରଣ ସଚିବ ଏବଂ ରାଜ୍ୟ ସଭାପତିମାନଙ୍କୁ ସମସ୍ୟାରେ ଥିବା ଲୋକ ଏବଂ ଚାଷୀଙ୍କ ନିକଟରେ ପହଞ୍ଚିବାକୁ କହିଛନ୍ତି। ଏଥିସହ ସେ କହିଛନ୍ତି ଦଳିତଙ୍କ ଉପରେ ଅତ୍ୟାଚାର ଏକ ନୂଆ ସ୍ତରରେ ପହଞ୍ଚିଛି। ଆଇନକୁ ସମ୍ମାନ ଦେବା ଏବଂ ଦେଶର ଝିଅମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ବିଜେପି ସରକାର ଅପରାଧୀଙ୍କ ପକ୍ଷରେ ଛିଡା ହୋଇଛନ୍ତି । ଦଳିତ ପରିବାରଙ୍କୁ ରାଜ୍ୟ ଏଜେନ୍ସି ଦ୍ୱାରା ବିଜେପି ସରକାର ଦମନ କରୁଛନ୍ତି । କଣ ଏହା ନୂଆ ରାଜଧର୍ମ ବୋଲି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି।

ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର 14ରେ ୟୁପି ହାଥରସରେ ଜଣେ 19 ବର୍ଷୀୟ ଦଳିତ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିଥିଲେ । ସେପ୍ଟେମ୍ବର 29ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପିଡିତା ଜଣଙ୍କ ମୃତ୍ୟୁବରଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.