ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁ ରହିଛି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ରବିବାର ଦେଶରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ । ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବାବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଉଛନ୍ତି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର ଔରଙ୍ଗଜେବ୍ ଲେନ୍ସ୍ଥିତ ଏନପି୍ ସିନିୟର୍ ସେକେଣ୍ଡାରୀ ସ୍କୁଲ ପୋଲିଂ ବୁଥ୍ରେ ନିଜ ଭୋଟ ଦେଇଛନ୍ତି । ମତାଧିକାର ସାବ୍ୟସ୍ତ ପରେ ସେ ମୋଦି ସରକାରଙ୍କ ଚାଷୀମାରଣ ନୀତି, ଗବ୍ବର ସିଂହ ଟ୍ୟାକ୍ସ(ଜିଏସଟି) ଦୁର୍ନୀତି, ବିମୁଦ୍ରୀକରଣ ଭଳି ଅସଫଳ ନୀତିକୁ ବିରୋଧ କରି ଦେଶର ଜନ ସାଧାରଣ କଂଗ୍ରେସକୁ ଭୋଟ ଦେବେ ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରର ୮ଟି, ହରିୟାଣାର ୧୦ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ।