ମୁମ୍ବାଇ: ମଧ୍ୟପ୍ରଦେଶର ରାଜନୀତିରେ ଅସ୍ଥିରତା ଦେଖାଦେଇଛି । ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକଙ୍କ ସହିତ ଇସ୍ତଫା ଦେବାପରେ ସରକାରରେ ସଙ୍କଟ ଦେଖାଦେଇଛି । ଏହି ସମୟରେ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ନେଇ ମେଣ୍ଟ ସରକାର ଗଠନ କରାଯାଇଛି । ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତ ଦଳୀୟ ସ୍ତରରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତା ସଞ୍ଜୟ ନିରୂପମ । 'ମହାରାଷ୍ଟ୍ରର ସରକାର ସ୍ଥିର ନାହିଁ ଏବଂ କଂଗ୍ରେସ ଏହି ମେଣ୍ଟରୁ ଓହରିଯିବା କଥା ବୋଲି କହିଛନ୍ତି' ।
ମହାରାଷ୍ଟ୍ର ସରକାରକୁ ନେଇ ଗଣମାଧ୍ୟମ ପ୍ରତିକ୍ରୟାରେ କହିଛନ୍ତି ମହାରାଷ୍ଟ୍ରରେ ଥିବା ତିନି ଦଳର ସରକାର ସ୍ଥିର ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଉଧାରରେ ସିନ୍ଦୁର ନେଇ ସଧବା ହେବା ଘଟଣା ସ୍ଥାୟୀ ନୁହେଁ | କଂଗ୍ରେସ ଏଭଳି ଦଳର ଅଂଶ ହେବା ଅନୁଚିତ ବୋଲି କହିଛନ୍ତି ।
ସୂଚନାଥାଉକି ମହାରାଷ୍ଟ୍ରରେ ଶିବସେନା ବିଜେପି ସହିତ ମେଣ୍ଟ ସମ୍ପର୍କ ଛିନ୍ନ କରି ନିଜର ଘୋର ବିରୋଧୀ କଂଗ୍ରେସ ଓ ଏନସିପିକୁ ନେଇ ମହାବିକାଶ ଆଘାଡି ନାମରେ ମେଣ୍ଟକରି ସରକାର ଗଠନ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସରକାର କାର୍ଯ୍ୟ କରୁଛି ।