ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ୟୁଟୁବରେ ଲାଇକ ଠାରୁ ଅଧିକ ଡିସଲାଇକ ମିଳିଥିଲା । ତେବେ ଜେଇଇ ଏବଂ ନିଟ୍ ପରୀକ୍ଷାକୁ ନେଇ ଛାତ୍ରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଥିଲା । ଏହାକୁ ନେଇ କଂଗ୍ରେସ ମଧ୍ୟ ଲଗାତାର ଶାସକ ବିଜେପିକୁ ଟାର୍ଗେଟ କରୁଛି । ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାର ଡିସଲାଇକ ଏବଂ କମେଣ୍ଟ ବନ୍ଦ କରିପାରିବେ ଯୁବପୀଢିଙ୍କ ସ୍ବର ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ଶନିବାର ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ମୋଦି ସରକାର ଡିସଲାଇକ ଏବଂ କମେଣ୍ଟ ସେକ୍ସନ ବନ୍ଦ କରିପାରିବେ । ହେଲେ ଯୁବପିଢୀଙ୍କ ସ୍ବର ନୁହେଁ । ଆମେ ଯୁବପୀଢିଙ୍କ କଥା ଦୁନିଆ ସାମ୍ନାରେ ରଖିବା ଜାରି ରଖିବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ଏହାପୂର୍ବରୁ କଂଗ୍ରେସ ମୋଦି ସରକାରଙ୍କୁ ଯୁବବିରୋଧୀ ବୋଲି କହିଥିଲା । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଟ୍ବିଟ କରି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ।